ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଭିଟାମିନ୍‌ ଡି, ଏଭଳି ଭାବେ ଦୂର କରନ୍ତୁ ଅଭାବ

ସୁସ୍ଥ ଶରୀର ପାଇଁ ଭିଟାମିନ ଡି ଅତ୍ୟନ୍ତ ଜରୁରୀ । କିନ୍ତୁ ଶରୀରରେ ଏହି ଭିଟାମିନ ଡିର ଅଭାବ ହେବା ଦ୍ୱାରା ହାଡ଼ ଦୁର୍ବଳ ହୋଇଯିବା ସହ ଦାନ୍ତ ମଧ୍ୟ ଦୁର୍ବଳ ହୋଇ ଯାଇଥାଏ । କେବଳ ସେତିକି ନୁହେଁ, ଶରୀରରେ ଭିଟାମିନ ଡିର ଅଭାବ ହେବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ମଧ୍ୟ ଦେଖା ଯାଇଥାଏ । ତେବେ ଆଜି ଆମେ ଭିଟାମିନ ଡି ଶରୀର ପାଇଁ କେତେ ଜରୁରୀ, ତାହା ଜଣାଇବୁ । ତେବେ ପ୍ରଥମେ ଭିଟାମିନ୍‌ ଡି ଅଭାବର ଲକ୍ଷଣ ବିଷୟରେ ଜାଣି ରଖନ୍ତୁ ।

ଶରୀରରେ ଭିଟାମିନ୍‌ ଡିର ଅଭାବ ହେଲେ କେଶ ଝଡ଼ିବା, ଦାନ୍ତ ଦୁର୍ବଳ ହେବା, ଥକାପଣ, ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା, ଶରୀରର ହାଡ଼ ଏବଂ ମାଂସପେଶୀରେ ଯନ୍ତ୍ରଣା, ଅଧିକ ଝାଳ ବୋହିବା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଇଥାଏ।

ଏବେ ଆସନ୍ତୁ ଜାଣିବା ଭିଟାମିନ ଡିର ଫାଇଦା ବିଷୟରେ…

୧. ଭିଟାମିନ ଡି ଶରୀରରେ କ୍ୟାଲସିୟମକୁ ଅବଶୋଷିତ କରିବାରେ ସାହାଯ୍ୟ କରିଥାଏ । ଯାହା ଶରୀରର ହାଡ଼ ଏବଂ ମାଂସପେଶୀକୁ ଶକ୍ତ କରିଥାଏ । ଶରୀରରେ ଏହି ଭିଟାମିନର ଅଭାବ ହେବା ଦ୍ୱାରା ଅଷ୍ଟିଓମଲେସିଆ ରୋଗ ହେବାର ଆଶଙ୍କା ବଢ଼ି ଯାଇଥାଏ ।

୨. ଶରୀରରେ ଭିଟାମିନ ଡିର ପରିମାଣ ଠିକ୍‌ ରହିବା ଦ୍ୱାରା ଟାଇପ୍‌-୧ ମଧୁମେହ ରୋଗ ବିକଶିତ ହେବାର ଆଶଙ୍କା ୯୦ପ୍ରତିଶତ କମି ଯାଇଥାଏ ।

nari.punjabkesari.in

୩. ଭିଟାମିନ ଡି ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ଧମନୀକୁ କ୍ଷତିଗ୍ରସ୍ତ ହେବାରୁ ବଞ୍ଚାଇଥାଏ । ଯାହାଦ୍ୱାରା ହୃଦ୍‌ ସମସ୍ୟା ହେବାର ଆଶଙ୍କା କମ ହୋଇ ଯାଇଥାଏ ।

୪. ପ୍ରତିଦିନ ଭିଟାମିନ ଡି ନେବା ଦ୍ୱାରା ପ୍ରୋଷ୍ଟେଟ ଏବଂ ସ୍ତନ କର୍କଟ ରୋଗ ହେବାର ଆଶଙ୍କା ଅନେକ ମାତ୍ରାରେ କମ ହୋଇ ଯାଇଥାଏ ।

nari.punjabkesari.in
ସମ୍ବନ୍ଧିତ ଖବର