୧.ଦୈନିକ ପାଞ୍ଚରୁ ଆଠ ଗ୍ରାମ୍ ଲୁଣ ଜଣେ ମଣିଷ ପାଇଁ ଯଥେଷ୍ଟ। ସାଧାରଣତଃ, ଏକ ଚାହା ଚାମଚ ଲୁଣର ଓଜନ ପାଞ୍ଚ ଗ୍ରାମ୍।
୨.ଶୀତଦିନେ ସୁରା ଓ ଶର୍କରା ଶରୀର ପାଇଁ କ୍ଷତିକାରକ। ଏହି ଦୁଇଟି ଜିନିଷ ଥଣ୍ଡାରେ ପ୍ରଦାହ ବଢ଼ାଏ, ରୋଗ-ପ୍ରତିରୋଧକ ଶକ୍ତି କମାଏ, ଶ୍ୱେତ ରକ୍ତ କଣିକାଗୁଡ଼ିକୁ ଦୁର୍ବଳ କରିବା ସହ ନାନା ରୋଗର କାରଣ ହୁଏ।
୩.ଘର ଭିତରେ ବାୟୁ ପ୍ରଦୂଷଣ ରୋକିବା ଲାଗି ମହୁମାଛି-ମହମ ବତି ବା ବିଓ୍ଵାକ୍ସ କାଣ୍ଡଲ୍ ବ୍ୟବହାର କରନ୍ତୁ। ଏହା ଧୀରେଧୀରେ ଜଳେ, ଏଥିରୁ ଧୂଅାଁ ବା ଗନ୍ଧ ବାହାରେନାହିଁ। ଏହା ମାଧ୍ୟମରେ ଘରେ ଥିବା ବାୟୁ ବିଶୁଦ୍ଧ ହୋଇଥାଏ।
୪.ବାରମ୍ବାର ମୂତ୍ରନଳି ସଂକ୍ରମଣ ଭୋଗୁଥିଲେ, ପ୍ରତି ଦିନ ଚାରି-ପାଞ୍ଚ କୋଲା ରସୁଣ ଚୋପା ଛଡ଼ାଇ, ଛେଚି, ଗରମ ପାଣିରେ ଦଶ ମିନିଟ୍ ସିଝାଇ, ପିଅନ୍ତୁ।
୫.ଓଜନ ବଢ଼ାଇବାକୁ ଚାହୁଁଥିଲେ ପ୍ରତି ଦିନ ସକାଳେ ଓ ରାତିରେ ଏକ ଗ୍ଲାସ୍ ଗରମ ଖିରରେ ୩-୫ ଗ୍ରାମ୍ ଶତାବରୀ ଓ ଅଶ୍ୱଗନ୍ଧା ଚୂର୍ଣ୍ଣ ଗୋଳାଇ ପିଅନ୍ତୁ।