ଏବେଠୁ ସାବଧାନ ହୋଇ ଯାଆନ୍ତୁ ! ନଚେତ୍‌ ଯୁବାବସ୍ଥାରେ ହିଁ ଏହି ସବୁ ଶାରୀରିକ ସମସ୍ୟାର ଶିକାର ହୋଇପାରନ୍ତି ଆପଣ

ବୟସ ବଢ଼ିବା ସହ ତା’ର ପ୍ରଭାବ ତ୍ୱଚା ଏବଂ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ । କିନ୍ତୁ ଆଜିକାଲି ଖାଦ୍ୟ ଖାଇବାରେ କିଛି ଠିକ୍‌ ଠିକଣା ନଥିବାରୁ ଯୁବାବସ୍ଥାରେ ହିଁ ବୃଦ୍ଧା ଅବସ୍ଥାରେ ହେଉଥିବା ରୋଗ ଗୁଡ଼ିକ ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କ ଶରୀରରେ ଦେଖା ଦେଉଥିବା ଛୋଟ ଛୋଟ ସଙ୍କେତ ବିଷୟରେ ଜଣାଇବୁ,ଯାହା ଆପଣ ଯୁବାବସ୍ଥାରେ ବୁଢ଼ା ହେଉଛନ୍ତି ବୋଲି ସୂଚାଇଥାଏ ।
୧.ଆଣ୍ଠୁ ଗଣ୍ଠିର ସମସ୍ୟା ସାଧାରଣତଃ ବୟସ୍କ ଲୋକମାନଙ୍କ ପାଖରେ ଦେଖା ଦେଇଥାଏ । କିନ୍ତୁ ଆଜିକାଲି ଠିକ୍‌ ସମୟରେ ଠିକ୍‌ ଖାଦ୍ୟ ନ ଖାଇ ପାରୁଥିବାରୁ କମ ବୟସ୍କ ଲୋକାମାନଙ୍କ ପାଖରେ ଏହି ସମସ୍ୟା ଦେଖା ଦେଉଛି । ୩୦-୩୫ବର୍ଷ ବୟସ ମଧ୍ୟରେ ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠିର ସମସ୍ୟା ଦେଖା ଦେଉଛି ତେବେ ଆପଣ ଯୁବାବସ୍ଥାରେ ବୁଢ଼ା ହେବାକୁ ଯାଉଛନ୍ତି ବୋଲି ଜାଣି ରଖନ୍ତୁ ।

Medical News Today

୨.ଆଜିକାଲିକା ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କୁ ଠିକ୍‌ ଭାବରେ ନିଦ ଆସି ନଥାଏ । କିନ୍ତୁ ଦିନ ସାରା କାମ କରିବା କରି ଥକି ଯିବା ପରେ ମଧ୍ୟ ଯଦି ଆପଣଙ୍କୁ ନିଦ ଆସୁ ନାହିଁ ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଠିକ୍‌ ଭାବରେ ନିଦ ନହେଲେ ଏହାର ପ୍ରଭାବ ଶରୀର ଉପରେ ପଡ଼ିବା ସହ ଆପଣଙ୍କ ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ । ସାଧାରଣତଃ ବୃଦ୍ଧ ଲୋକମାନଙ୍କ ପାଖରେ ଏଭଳି ସମସ୍ୟା ଦେଖା ଦେଇଥାଏ । କିନ୍ତୁ ବୟସ ଥାଇ ଏ ସମସ୍ୟା ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

୩.ଆଖିକୁ ନଦେଖାଯିବା ଆଜିକାଲିର ଏକ ସାଧାରଣ ସମସ୍ୟା । ଆଗରୁ ଏଭଳି ସମସ୍ୟା ବୟସ୍କ ଲୋକମାନଙ୍କ ପାଖରେ ଦେଖା ଦେଉଥିବା ବେଳେ ଏବେ ଏହା କମ ବୟସ୍କ ଲୋକମାନଙ୍କ ପାଖରେ ଦେଖା ଦେଉଛି । ଏହା ସହ ସ୍କୁଲ ଯାଉଥିବା ପିଲାମାନେ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦିନ ସାରା ମୋବାଇଲ,କମ୍ପ୍ୟୁଟର ଏବଂ ଲାପ୍‌ଟପ୍‌ ଅଗେରେ ବସି ରହୁଥିବାରୁ ଯୁବପିଢ଼ିଙ୍କ ମଧ୍ୟରେ ଏହି ସମସ୍ୟା ଦେଖା ଦେଉଥିବା ଜଣା ପଡ଼ିଛି ।

Image result for eye problem
IrisVision

୪.ଯଦି କମ ବୟସରୁ ଆପଣଙ୍କ କେଶ ଧଳା ହେବାକୁ ଲାଗୁଛି ତେବେ ସାବଧାନ ହୋଇ ଯାଆନ୍ତୁ । ବୟସ୍କ ଲୋକମାନଙ୍କ ପାଖରେ ଏହି ସମସ୍ୟା ଅତି ସାଧାରଣ । କିନ୍ତୁ କମ ବୟସରୁ ଯଦି ଏହି ସମସ୍ୟା ଦେଖା ଦେଉଛି ତେବେ ସାବଧାନ ହୋଇ ନିଜ ଜୀବନଶୌଳୀରେ ପରିବର୍ତ୍ତନ ଆଣନ୍ତୁ ।

ସମ୍ବନ୍ଧିତ ଖବର