ନୂଆଦିଲ୍ଲୀ : ବ୍ୟସ୍ତବହୁଳ ଜୀବନରେ ଆମେ ପ୍ରାୟତଃ କାମ ପଛରେ ଧାଉଁଛେ । ତେଣୁ ଯେତେବେଳେ ଯାହା ପାଇଲେ ଖାଇ ଦେଉଛେ ତ କେତେବେଳେ ଉପବାସ ରହି ଯାଉଛେ। ଏହି କାରଣରୁ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଉଛି।
ତେଣୁ ଶରୀରକୁ ସର୍ବଦା ସୁସ୍ଥ ରଖିବାକୁ ହେଲେ ଆମର ପାଚନ କ୍ରିୟା ଠିକ ରହିବା ନିହାତି ଆବଶ୍ୟକ ହୋଇଥେଏ। କାରଣ ବିଶେଷଜ୍ଞଙ୍କ ଅନୁସାରେ ପାଚନ କ୍ରିୟା ଯଦି ଠିକ ନାହିଁ ତେବେ ଏଥିରୁ ହିଁ ଗୋଟିଏ ପରେ ଗୋଟିଏ ରୋଗ ଶରୀରକୁ ମାଡ଼ି ବସିଥାଏ।
ସଦଗୁରୁଙ୍କ କହିବାନୁସାରେ, ପେଟ ଖାଲି ରହିବା ଓ ଭୋକ ଲାଗିବା ଦୁଇଟି ଅଲଗା ଅଲଗା ଜିନିଷ ହୋଇଥାଏ। ଏଥିରେ କୌଣସି ସାମଞ୍ଜ୍ୟସ ନାହିଁ। ଯଦି ଆପଣଙ୍କୁ ଭୋକ ଲାଗୁଛି ଏହା ଶରୀର ପାଇଁ ଭଲ ଲକ୍ଷଣ ହୋଇଥାଏ।
ଆପଣଙ୍କ ମନ ଓ ଶରୀର ସେତେବେଳେ ଯାଇ ଭଲ କାମ କରିଥାଏ ଯେତେବେଳେ ପେଟ ଭରି ରହିଥାଏ। ଖାଇବା ସମୟରେ ମନେ ରଖିବା ଉଚିତ କି ଆମେ ଏମିତି ଖାଦ୍ୟ ଗ୍ରହଣ କରିବା ଯେମିତି ଅଢ଼େଇ ଘଣ୍ଟା ମଧ୍ୟରେ ପେଟ ଖାଲି ହୋଇଯିବ। ପୁଣି ଆମେ ଖାଦ୍ୟ ଗ୍ରହଣ କରିବା।
ପେଟ ଖାଲି ହେଲେ ହିଁ ଶରୀର ସୁଧାର ହୋଇପାରିବ। ଏମିତି କରିବା ଦ୍ବାରା ଆପଣ ନିଜେ ଅନୁଭବ କରି ପାରିବେ କି ଶରୀରର ୫୦ ପ୍ରତିଶତ ରୋଗ ଧୀରେଧୀରେ ଭଲ ହେବାରେ ଲାଗୁଛି। ଯଦ୍ବାରା ଆପଣ ସୁସ୍ଥ ଜୀବନଯାପନ କରି ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/e284bd4e-d74f-4921-8999-a4f9f6a5d1b1.jpg)