ଯଦି କେବଳ ପେଟ ଚର୍ବି ଖସାଇବାକୁ ଚାହାନ୍ତି ତେବେ ଆପଣାନ୍ତୁ ଏହି ଉପାୟ

ଓଜନ ବଢ଼ିବା ଆଜିକାଲି ପିଢ଼ି ପାଇଁ ଏକ ବେମାରୀ ସଦୃଶ। ଟିକେ ସତର୍କ ନହେଲେ ଦେହରେ ଚର୍ବି ଲାଗିବା ଅତି ସାଧାରଣ କଥା। ମାତ୍ର ଆମେ ଚାହିଁଲେ ଛୋଟ ଛୋଟ ସଚେତନତା ଅବଲମ୍ବନ କରି ତାହାକୁ ରୋକିପାରିବା। ଓଜନ ବଢ଼ିବା ଯେତେିକ ଚିନ୍ତିତ କରାଇ ନଥା, ପେଟରେ ଚର୍ବି ବଢ଼ିଲେ ସେତିକି ଚିନ୍ତା କଢ଼ିଯାଇ ଥାଏ। ଏମିତି ଅନେକ ଲୋକ ଅଛନ୍ତି ଯିଏକି ଚାହାନ୍ତି ଶରୀରର ଅନ୍ୟ କୌଣସି ଅଙ୍ଗରୁ ଚର୍ବି ନଖସାଇ କେବଳ ପେଟ ଚର୍ବି ଖସାଇବା ପାଇଁ। ସେଥିପାଇଁ ମଧ ସମାଧାନର ବାଟ ରହିଛି। ଆସନ୍ତୁ ଆଜି ସେ ସଂପର୍କରେ ଆଲୋଚନା କରିବା।

ଆପଣ କପଳଭାତି ଯୋଗ ବିଷୟରେ ତ ଜାଣିଥିବେ ନିଶ୍ଚୟ। ସକାଳୁ ଉଠି ଖାଲି ପେଟରେ କପାଳଭାତି ନିୟମିତ ଭାବେ ଏକ ମାସ ପର୍ଯ୍ୟନ୍ତ କରନ୍ତୁ ତେଦଖିବେ ଆପଣଙ୍କ ପେଟ କୁଆଡ଼େ ପତଳା ହୋଇଯିବ।

ଖାଇସାରି ଅଧିକାଂଶ ଲୋକଙ୍କର ପେଟରେ ହାତ ମାରିବା ଦୋଷ ଅଛି। ଯଦି ଆପଣଙ୍କର ବି ସେପରି ଦୋଷ ଅଛି ତେଳେ ତୁରନ୍ତ ବନ୍ଦ କରନ୍ତୁ। ପେଟରେ ହାତ ମାରିବା ଦ୍ୱାରା ପେଟର ଆକାର ବୃଦ୍ଧି ପାଇଥାଏ।

ଶୋଇବା ବେଳେ ପେଟ ମାଡ଼ି ଅର୍ଥାତ ମୁହଁ ତଳକୁ କରି ଶୋଇବା ଅଭ୍ୟାସ କରନ୍ତୁ। ଏପରି କରିବା ଦ୍ୱାରା ପେଟ ଚାପି ହୋଇ ରହିଥାଏ। ଏହା ମଧ୍ୟ ଏକପ୍ରକାରର ବ୍ୟାୟାମ।

କାର୍ବୋହାଇଡ୍ରେଟ୍‌ ଜାତୀୟ ଖାଦ୍ୟ କମ୍‌ ଖାଆନ୍ତୁ। କାର୍ବୋହାଇଡ୍ରେଟ୍‌ ଜାତୀୟ ଖାଦ୍ୟ ଖାଇଲେ ଆଗ ପେଟ ଚର୍ବି ବଢ଼ିଥାଏ।

ସମ୍ବନ୍ଧିତ ଖବର