କିଛି ବର୍ଷ ତଳେ ସଂଧ୍ୟା ହେବା ମାତ୍ରେ ପିଲାମାନେ ପଡ଼ିଆ କିମ୍ବା ପାର୍କକୁ ଦୌଡ଼ି ଯାଉଥିଲେ। ବର୍ତ୍ତମାନ କିନ୍ତୁ ବିପରୀତ ସ୍ଥିତି ଦେଖିବାକୁ ମିଳୁଛି। ପିଲା ଘରେ ରହି ଘଣ୍ଟା-ଘଣ୍ଟା ଧରି ଭିଡିଓ ଗେମ ଖେଳୁଛନ୍ତି। ଏକ ଅଧ୍ୟୟନ ଅନୁସାରେ, ପ୍ରାୟ ୭୦ ପ୍ରତିଶତ ୮ରୁ ୧୫ ବର୍ଷୀୟ ବାଳକ ପ୍ରତିଦିନ ଭିଡିଓ ଗେମ ଖେଳନ୍ତି। ପ୍ରଯୁକ୍ତିର ମାତ୍ରାଧିକ ବ୍ୟବହାର ଯୋଗୁଁ ନୂଆ ସମସ୍ୟା ସୃଷ୍ଟି ହୋଇଛି, ଯାହାର ସମାଧାନର ଆବଶ୍ୟକତା ରହିଛି। ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ଗେମିଂ ନୂତନ ସମସ୍ୟା ଭାବରେ ଡାକ୍ତରୀ ହସ୍ତକ୍ଷେପର ଆବଶ୍ୟକତା କଲାଣି। ଏହି ନୂଆ ବିପଦ ପ୍ରତି ଧ୍ୟାନ ଦେଇ ପିଲାମାନେ ଶାରୀରିକ ଭାବରେ ସକ୍ରିୟ ଏବଂ ସୁସ୍ଥ ରହିବା ନେଇ ପ୍ରାଥମିକତା ଦେବା ଆରମ୍ଭ କରିବା ଉଚିତ। ଚଳିତ ବର୍ଷ ଶିଶୁ ଦିବସର ବାର୍ତ୍ତା ହେଲା, ‘ପିଲାମାନେ ପିଲା ହୁଅନ୍ତୁ’। ଅକ୍ଟୋବରରେ ହାର୍ଟ ରିଦମ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଭିଡିଓ ଗେମ ଶିଶୁ ଏବଂ କିଶୋରମାନଙ୍କ ପାଇଁ କିପରି ବିପଜ୍ଜନକ ହୋଇପାରେ ତାହା ଦର୍ଶାଯାଇଛି। ଭିଡିଓ ଗେମ ଖେଳିବାବେଳେ ଶିଶୁ ଏବଂ କିଶୋରମାନଙ୍କ କିପରି ହୃଦ୍ ସ୍ପନ୍ଦନ ସମସ୍ୟାରେ ପୀଡ଼ିତ ହୁଅନ୍ତି ସେ ବିଷୟରେ ଗୁରୁତ୍ବ ଦିଆଯାଇଛି।
ଅନେକ କ୍ଷେତ୍ରରେ ଅଚାନକ ପିଲାଟି ହୃଦ୍ଘାତରେ ପୀଡ଼ିତ ହୋଇ ଅଚେତ ହୋଇଯାଏ। ସେମାନଙ୍କୁ ତୁରନ୍ତ ଜରୁରୀକାଳୀନ ଚିକିତ୍ସାର ଆବଶ୍ୟକତା ହୁଏ। ନଚେତ ତାଙ୍କ ଅବସ୍ଥା ସାଂଘାତିକ ହୋଇଯାଏ। ବିଶ୍ବର ଅଗ୍ରଣୀ ହୃଦ୍ରୋଗ ସର୍ଜନମାରେ ଭିଡିଓ ଗେମ୍ ନିଶାରେ ପୀଡ଼ିତ ପିଲାଙ୍କୁ ଏନେଇ ସତର୍କ ରହିବାକୁ କହିଛନ୍ତି। ସ୍କୁଲ, ମନୋରଞ୍ଜନ କିମ୍ବା ସହପାଠୀଙ୍କ ସହିତ ସାମାଜିକ ସମ୍ପର୍କ ଅପେକ୍ଷା ଆଜିର ପିଲାମାନେ ଡିଜିଟାଲ ସ୍କ୍ରିନ ସାମ୍ନାରେ ଅଧିକ ସମୟ ବିତାଇବା ଆଉ ନୂଆ କଥା ହୋଇ ରହିନାହିଁ। ଯଦିଓ ଭିଡିଓ ଗେମ୍ ଖୁବ ମଜାଦାର ଏବଂ କେବେ କେମିତି ଶିକ୍ଷଣୀୟ ମଧ୍ୟ ହୋଇପାରେ କିନ୍ତୁ ପରିବାର ଏବଂ ସାଙ୍ଗମାନଙ୍କ ସ୍ଥାନ ଏହା ନେଇ ପାରିବ ନାହିଁ। ଯେଉଁ ଅଭିଭାବକମାନେ ତାଙ୍କ ସନ୍ତାନଙ୍କ ଭିଡିଓ ନିଶା ନେଇ ଚିନ୍ତିତ ଅଛନ୍ତି ସେମାନେ ନିମ୍ନରେ ଦିଆଯାଇଥିବା ପିଲାଙ୍କ ଲକ୍ଷଣକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।
୧. ଶୁଖିଲା ନାଲି ଆଖି
୨. ପିଠି, ବେକ କିମ୍ବା ଆଙ୍ଗୁଠିରେ ଯନ୍ତ୍ରଣା
୩. ଭିଡିଓ ଗେମ୍ ଖେଳୁନଥିବାବେଳେ ଚିଡ଼ିଚିଡ଼ା ହେବା
୪. ଭିଡିଓ ଗେମ୍ ପାଇଁ ଅନ୍ୟ କାର୍ଯ୍ୟରୁ ଦୂରେଇ ଯିବା
୫. ସ୍କୁଲ ଥିବା ସମୟରେ ଲମ୍ବା ସମୟରେ ଭିଡିଓ ଗେମ୍ ଖେଳିବା
ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଭିଡିଓ ଗେମ୍ ଖେଳିବାରେ ଅଧିକ ସମୟ ବିତାଇବା ଦ୍ୱାରା ସାମାଜିକ ବିଚ୍ଛିନ୍ନତା, ନିଦ୍ରାଭାବ, ହୃଦ୍ଘାତ ଏବଂ ବିଦ୍ୟାଳୟରେ ଖରାପ ଗ୍ରେଡ ମିଳେ। ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଅନୁଯାୟୀ, ପିଲାମାନେ ପ୍ରତିଦିନ ଅତି କମରେ ୬୦ ମିନିଟ ମଧ୍ୟମ-ଶକ୍ତିଶାଳୀ ତୀବ୍ର ଶାରୀରିକ କାର୍ଯ୍ୟକଳାପରେ ନିୟୋଜିତ ହେବା ଆବଶ୍ୟକ। ନିଜ ପିଲାଙ୍କୁ ସନ୍ତୁଳିତ ଜୀବନ ଦେବାକୁ ଚାହୁଥିଲେ, ଅଭିଭାବକମାନେ ନିଜ ପିଲାଙ୍କୁ ବାହ୍ୟ ଖେଳ ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଏହା କେବଳ ତାଙ୍କ ଶାରୀରିକ ସ୍ବାସ୍ଥ୍ୟ ଏବଂ ହୃଦୟ ନୁହେଁ ବରଂ ସମ୍ପର୍କ ମଜଭୁତ କରିବା ସହିତ ମଜାଦାର ହୋଇଥାଏ। ଆପଣ ନିଜେ ମଧ୍ୟ ବାହାର କାର୍ଯ୍ୟକୁ ଗୁରୁତ୍ବ ଦେଇ ପିଲାଙ୍କ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। ଥରେ ଆପଣ ଫୋନ ଛାଡ଼ି ବାହାରକୁ ବାହାରିଲେ ପିଲା ମଧ୍ୟ ଆପଣଙ୍କୁ ଅନୁସରଣ କରିବେ।
୧. ବାହାରକୁ ଯିବାର ଯୋଜନାରେ ପିଲାଙ୍କୁ ଅଧିକରୁ ଅଧିକ ସାମିଲ କରନ୍ତୁ
୨. ପିଲାଙ୍କ ସ୍କ୍ରିନିଂ ସମୟ ଅର୍ଥାତ ଭିଡିଓ ଗେମ ଖେଳୁଥିବା ପିଲାଙ୍କ ସ୍କ୍ରିନ ସମୟକୁ ସୀମିତ ରଖନ୍ତୁ। ଏହା ଦୁର୍ବଳ ଦୃଷ୍ଟିଶକ୍ତି ଏବଂ ଅନେକ କ୍ଷେତ୍ରରେ ମସ୍ତିଷ୍କ ବିକାଶକୁ ରୋକିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ
୩. ପିକନିକ୍, ପ୍ରକୃତି କୋଳରେ ନାଚିବା ଆଦି କାର୍ଯ୍ୟ କଲେ ପିଲାଙ୍କ ସ୍କ୍ରିନିଂ ସମୟ ହ୍ରାସ ପାଏ
୪. ସଂଗଠିତ ଖେଳରେ ପିଲାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରନ୍ତୁ। ଆପଣ ମଧ୍ୟ ଏହା ନିଶ୍ଚିତ କରନ୍ତୁ ଯେ ଶାରୀରିକ କାର୍ଯ୍ୟକୁ ପିଲା ନିଜ ଜୀବନର ଅଂଶ ଭାବରେ ଧରିବେ
ସର୍ଜନ ଏବଂ ଏଚଓଡି, ମୁମ୍ବାଇ ଏସିଆନ୍ ହୃଦରୋଗ ପ୍ରଶିକ୍ଷଣ ପ୍ରତିଷ୍ଠାନ