ନୂଆଦିଲ୍ଲୀ: ଅଧିକାଂଶ ଲୋକ ଦ୍ବିପହରେ ଖାଇବା ପରେ କିଛି ସମୟ ଶୋଇବାକୁ ପସନ୍ଦ କରନ୍ତି। ତେବେ ଆପଣ ଜାଣନ୍ତି କି ଦ୍ବିପହରେ ଶୋଇବା ଉଚିତ କି ନୁହେଁ। କିଛି ଲୋକଙ୍କ ବିଶ୍ବାସ ରହିଛି ଯେ ଦିନରେ ସ୍ବଳ୍ପ ସମୟ ଶୋଇବା ଦ୍ୱାରା ଆପଣଙ୍କୁ ଏନର୍ଜେଟିକ୍ ଅନୁଭବ କରାଇପାରେ। କିନ୍ତୁ ଅନେକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଦ୍ବିପହରେ ଶୋଇବା ଦ୍ବାରା ମସ୍ତିଷ୍କ କାର୍ଯ୍ୟ, ମେଟାବୋଲିଜିମ୍ ପ୍ରଭାବିତ ହୋଇଥାଏ। ବ୍ରିଗହାମ୍ ଏବଂ ଓମେନ୍ସ ହସପିଟାଲର ଗବେଷକମାନେ ନିକଟରେ ଏହାକୁ ନେଇ ଅନୁସନ୍ଧାନ କରିଛନ୍ତି। ଏହି ଅନୁସନ୍ଧାନରେ, ସ୍ପେନର ମର୍ସିଆର ୩୨୭୫ ଜଣ ଯୁବକଙ୍କୁ ନେଇ ପରୀକ୍ଷା କରାଯାଇଛି। ଏଥିରୁ ଜଣାପଡିଛି ଯେ ଦିନର ମଧ୍ୟଭାଗରେ ଶୋଇବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ବ୍ରିଟେନରେ ଯେଉଁମାନେ ଦିନ ସମୟରେ ଶୋଇଥାନ୍ତି, ସେମାନଙ୍କଠାରେ ମେଦବହୁଳତା ବୃଦ୍ଧି ହେବାର ଆଶଙ୍କା ରହିଥାଏ।
ଅନୁସନ୍ଧାନକାରୀମାନେ ଦିନରେ ଅଳ୍ପ ସମୟ ଶୋଇବା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଏ କି ନାହିଁ ସେ ନେଇ ପରୀକ୍ଷା କରିଥିଲେ। ରିପୋର୍ଟରୁ ଜଣାପଡ଼ିଛି ଯେ ଯେଉଁମାନେ ଦିନକୁ ୩୦ ମିନିଟରୁ ଅଧିକ ଶୋଇଥାନ୍ତି, ସେମାନଙ୍କ ଶରୀରରେ ଉଚ୍ଚ ରକ୍ତଚାପ, ହୃଦ୍ ରୋଗ ଏବଂ ମଧୁମେହ ଭଳି ରୋଗ ହେବାର ଆଶଙ୍କା ଅଧିକ ଥାଏ। ଏହି ଅଧ୍ୟୟନରେ ଏହା ଜଣାପଡିଛି ଯେ ଆପଣ ଦିନରେ କେତେ ଶୋଉଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/1140-couple-sleeping-separately.jpg)