ଭୁବନେଶ୍ବର: ସୁସ୍ଥ ରହିବା ପାଇଁ ମଣିଷ ଚାଲିବା ଦରକାର । ସବୁଦିନ କିଛି ନା କିଛି ବାଟ ଚାଲିଲେ ଦେହ ସୁସ୍ଥ ରୁହେ, ମନ ପ୍ରଫୁଲ୍ଲ ରହେ । ଏକଥା ଜାଣି ବି ମଣିଷ ହେଳା କରେ । ଅଳସୁଆମି ପାଇଁ ସକାଳେ କିମ୍ବା ସଞ୍ଜରେ ନଚାଲି ଶୋଇରହେ । ଯଦିଓ ରୋଗ ହେଲା ପରେ ଡାକ୍ତରଙ୍କ ପରାମର୍ଶ ପରେ ଚାଲିବା ବାଧ୍ଯତାମୂଳକ ହୁଏ କିନ୍ତୁ ତା ପୂର୍ବରୁ କେହି ଚାଲିବାକୁ ଇଚ୍ଛା ପ୍ରକାଶ କରନ୍ତିନି । ଆସନ୍ତୁ ଜାଣିବା- ଚାଲିଲେ ହୁଏ କଣ ? ଚାଲିଲେ କଣ ମିଳିବ ଶରୀରକୁ ଫାଇଦା ?

ଚାଲିବାର ଚମତ୍କାରିତା

Advertisment

-ପ୍ରତ୍ୟେକ ଦିନ ମାତ୍ର ୨୦ ମିନିଟ ଚାଲିଲେ ବି ଆପଣ ଦୀର୍ଘାୟୁ ହେବେ
-ସୁସ୍ଥ ରହିବା ପାଇଁ ଜିମ୍, ଯୋଗ ଯେତିକି ଜରୁରୀ ଚାଲିବା ବି ସେତିକି ଜରୁରୀ
-ଚାଲିବାର ଗତି ବୟସ ଏବଂ ସ୍ୱାସ୍ଥ୍ୟ ଉଭୟ ଉପରେ ଗଭୀର ପ୍ରଭାବ ପକାଇପାରେ
- ପ୍ରତିଦିନ ମାତ୍ର ୧୫ ମିନିଟ୍ ଦ୍ରୁତ ଗତିରେ ଚାଲିବା ମୃତ୍ୟୁର ଆଶଙ୍କାକୁ ପ୍ରାୟ ୨୦% ହ୍ରାସ କରିପାରିବ
-ଦିନକୁ ତିନି ଘଣ୍ଟାରୁ ଅଧିକ ସମୟ ଧୀରେ ଧୀରେ ଚାଲିବା ମଧ୍ୟ ଲାଭଦାୟକ
-ଦ୍ରୁତ ଗତିରେ ଚାଲିବା ହୃଦ ସମସ୍ୟା ଦୂର ହୁଏ
-ଚାଲିବା ଦ୍ବାରା ଅନେକ ରୋଗର ଆଶଙ୍କା ହ୍ରାସ ପାଏ । ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଭଳି ସମସ୍ୟାରୁ ମୁକ୍ତି ମିଳେ
-ଦୈନିକ ୭,୦୦୦ ପାଦ ଚାଲିବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଆସିଥାଏ
-ଅକାଳ ମୃତ୍ୟୁର ଆଶଙ୍କା ୪୭% କମ୍, ହୃଦରୋଗର ଆଶଙ୍କା ୨୫% କମ୍ 
-ଡିମେନ୍ସିଆ (ସ୍ମୃତିଶକ୍ତି ହ୍ରାସ) ଆଶଙ୍କା ୩୮% କମ୍ 
-ଡିପ୍ରେସନ ବା ଅବସାଦର ଆଶଙ୍କା ୨୨% କମ୍ 
-ଏପରିକି ଯେଉଁମାନେ ଦୈନିକ ୨,୦୦୦ ପାଦରୁ ବଢ଼ାଇ ୪,୦୦୦ ପାଦ ଚାଲନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଅକାଳ ମୃତ୍ୟୁର ଆଶଙ୍କା ୩୬% ପର୍ଯ୍ୟନ୍ତ କମିଯାଏ 
-ଚାଲିବା ଦ୍ୱାରା ମାଂସପେଶୀ ଶକ୍ତ ହୁଏ ଏବଂ ଗଣ୍ଠିଗୁଡ଼ିକ ସଚଳ ରହେ 
-ନିୟମିତ ଚାଲିଲେ ହୃତ୍‌ପିଣ୍ଡ ସୁସ୍ଥ ରହେ ଏବଂ ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇଥାଏ
-ଚାଲିବା ଦ୍ୱାରା ମୁଡ୍ ଭଲ ରହେ ଏବଂ ଚିନ୍ତା ଓ ଅବସାଦ କମିଥାଏ। 
-ଦ୍ରୁତ ଗତିରେ ଚାଲିବା ଦ୍ୱାରା କ୍ୟାଲୋରୀ ବର୍ଣ୍ଣ ହୁଏ, ଯାହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।