ବର୍ଷାଦିନେ ପିଲାଙ୍କ ଶରୀର ଅଧିକ ଖରାପ ହେଉଥିବାରୁ ଏହି ସବୁ ଖାଦ୍ୟ ଦେଇ ତାଙ୍କ ସ୍ୱାସ୍ଥ୍ୟକୁ ଏମିତି ରକ୍ଷା କରନ୍ତୁ

ବର୍ଷାଦିନେ ଇନ୍‌ଫେକ୍‌ସନ୍‌ ଅଧିକ ହେବା ସହ ପେଟ ରୋଗ ସମସ୍ୟା ଉପୁଜିଥାଏ। ଏହି ସ୍ୱାସ୍ଥ୍ୟ ସମସ୍ୟା ଛୋଟ ପିଲାମାନଙ୍କ ଠାରେ ଅଧିକ ଦେଖା ଦେଇଥାଏ। ଏଥିରୁ ସେମାନଙ୍କୁ ରକ୍ଷାକରିବା ପାଇଁ ଖାଇବାପିଇବାରେ ଧ୍ୟାନ ଦେବା ଖୁବ୍‌ ଜରୁରୀ। ଡାକ୍ତରଙ୍କ କହିବା ଅନୁସାରେ, ଜାଣନ୍ତୁ କେମିତି ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ତାଙ୍କୁ ଏ ସବୁ ସମସ୍ୟାରୁ ଦୂରରେ ରଖିବେ।

ଭିଟାମିନ୍‌ ସି: ଏହି ଋତୁରେ ଜୀବାଣୁ ସହ ଲଢ଼ିବା ପାଇଁ ଭିଟାମିନ୍‌ ସି ଜରୁରୀ।
ଲେମ୍ବୁ, ଟମାଟୋ, ସେଓ, କଦଳୀ, ମୂଳା ଶାଗ ଓ ପାଳଙ୍ଗ ଆଦିରେ ଭିଟାମିନ୍‌ ସି ମିଳିଥାଏ।

ଦୁଗ୍ଧଜାତ ଦ୍ରବ୍ୟ: କ୍ଷୀରରେ କ୍ୟାଲ୍‌ସିୟମ୍‌, ପ୍ରୋଟିନ୍‌, ପୋଟାସିୟମ୍‌, ଭିଟାମିନ୍‌ ଏ, ଡି ଓ ବି-୧୨ ପ୍ରଚୁର ପରିମାଣରେ ଥାଏ।
ପିଲାମାନଙ୍କ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କ୍ଷୀର କିମ୍ବା କ୍ଷୀରରୁ ତିଆରି ହୋଇଥିବା ଜିନିଷ ନିଶ୍ଚୟ ଦିଅନ୍ତୁ।

ଡ୍ରାଏ ଫ୍ରୁଟ୍‌ସ୍‌: ବର୍ଷାଦିନେ ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଖାଦ୍ୟରେ ଡ୍ରାଏ ଫ୍ରୁଟ୍‌ସ ସାମିଲ କରି ପାରିବେ।
ବାଦାମ, କାଜୁ ଓ ପିସ୍ତା ବାଦାମରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଓ ତନ୍ତୁ ରହିଥାଏ। ଯାହା ରକ୍ତରେ ହିମୋଗ୍ଲୋବିନ୍‌ର ମାତ୍ରାକୁ ବଢ଼ାଇ ଶରୀରକୁ ସୁସ୍ଥ ରଖିଥାଏ।

ଛତୁ: ଏଥିରେ ଭିଟାମିନ୍‌ ଡି ଓ ଆଣ୍ଟିଅକ୍‌ସିଡେଣ୍ଟ୍‌ ପ୍ରଚୁର ପରିମାଣରେ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଏହା ଦ୍ୱାରା ଥଣ୍ଡା-ସର୍ଦ୍ଦି ଓ ଜର ଭଳି ରୋଗର ସମସ୍ୟା କମି ଯାଇଥାଏ। ଏଥିପାଇଁ ପିଲାମାନଙ୍କ ଖାଦ୍ୟରେ ଛତୁ ସାମିଲ କରନ୍ତୁ।

ଜାମୁକୋଳି: ପ୍ରଚୁର ପରିମାଣରେ ଗ୍ଲୁକୋଜ୍‌ ଓ ଫ୍ରୁକ୍ଟୋଜ୍‌ ଥିବା କାରଣରୁ ଜାମୁକୋଳି ହଜମକ୍ରିୟା ପାଇଁ ବହୁ ଲାଭଦାୟକ।
ଜାମୁକୋଳି ଖାଇବା ଦ୍ୱାରା ଅନେକ ପେଟ ରୋଗ ସମସ୍ୟା ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍‌ସିଡାଣ୍ଟ୍‌ସ୍‌ ପିଲାମାନଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ। ଏହା ସହ ଏଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌ ଓ ଭିଟାମିନ୍‌ ବି ଆଦି ମଧ୍ୟ ରହିଛି।

ସମ୍ବନ୍ଧିତ ଖବର