ବର୍ଷାଦିନେ ଥଣ୍ଡା ଜ୍ବରରୁ ନେଇ ନେଇ ବିଭିନ୍ନ ପ୍ରକାରର ସଂକ୍ରମଣ ଓ ଝାଡ଼ା ହେବା ଆଦି ନାନା ରୋଗ ହୋଇଥାଏ। ଏହି ଦିନେ ଶରୀରର ଉପଯୁକ୍ତ ଯତ୍ନ ନନେଲେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଟିକିଏ ସଚେତନତା ଅବଲମ୍ବନ କଲେ ଆମେ ନିଜରକୁ ଏହି ବର୍ଷା ଋତୁରେ ସୁସ୍ଥ ରଖିପାରିବା।
: ଏହି ଦିନେ ଯେତେ ପାରୁଛନ୍ତି ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଖାଆନ୍ତୁ। ଆପଣ ଭିଟାମିନ୍ ସି ପାଇଁ ସବୁଜ ପନିପରିବା ଓ କମଳା ଖାଇପାରିବେ।
: ଏହି ଦିନେ ଭୁଲ୍ରେ ବି ଜଙ୍କ୍ ଫୁଡ୍ ଖାଆନ୍ତୁ ନାହିଁ। ଆପଣ ଜାଣିଥିବେ ନିଶ୍ଚୟ ଯେ ବର୍ଷା ଦିନେ ଜଙ୍କ୍ ଫୁଡ୍ ଖାଇବା ଅର୍ଥାତ ବିଭିନ୍ନ ପ୍ରକାରର ସଂକ୍ରମଣକୁ ଡାକି ଆଣିବା। ଆପଣ ଯେତେ ପରିମାଣର ଜଙ୍କ୍ ଫୁଡ୍ ଖାଇବେ ସେତେ ସେତେ ସଂକ୍ରମଣର ନିକଟତର ହେବେ।
: ବର୍ଷା ଦିନେ ମଶାମାନଙ୍କ ଉପଦ୍ରବ ବଢ଼ିଥାଏ। ମଶା ମେଲେରିଆର କାରଣ ହୋଇଥିବାରୁ ଆପଣ ଏହି ଜ୍ବରରେ ବି ପଡ଼ିପାରନ୍ତି। ମେଲେରିଆକୁ ଦୂରେଇବା ପାଇଁ ଆପଣ ନିଜ ଘର ଚାରିପଟ ପରିଷ୍କାର ପରିଚ୍ଛନ କରନ୍ତୁ।
/sambad/media/post_attachments/wp-content/uploads/2020/07/200694014-H-1024x700-300x205.jpg)
FirstCry Parenting
: ନିଜ ଗାଧୋଇବା ପାଣିରେ ଡେଟଲ୍, ସେଭ୍ଲନ୍ କିମ୍ବା ବେଟାଡାଇନ୍ ଆଦି ସଂକ୍ରମଣ ମୁକ୍ତ ତରଳ ମିଶ୍ରଣ କରି ଗାଧୋଇଲେ ସଂକ୍ରମଣକୁ କିଛି ପରିମାଣରେ ରୋକାଯାଇ ପାରିବ।
: ଯେତେ ପାରୁଛନ୍ତି ସେତେ ପାଣି ପିଅନ୍ତୁ। ପ୍ରଚୁର ପରିମାଣରେ ପାଣି ପିଇଲେ ଅନେକ ସମସ୍ୟାର ସମାଧାନ କରାଯାଇପାରେ।
: ଶୋଇବା ଜମା ବି କମ୍ କରନ୍ତୁ ନାହିଁ। ଆବଶ୍ୟକ ପରିମାଣ ନିଦ୍ରା ନହେଲେ ଆପଣ ଅସୁସ୍ଥ ହୋଇପଡ଼ିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/rain-season.jpg)