ହୃଦ୍‌ରୋଗରେ ଚାଲିଗଲେ ସୁଷମା: ଆପଣ ଜାଣନ୍ତି କି ଶରୀରରେ ଏହି ରୋଗ ଥିଲେ ହୃଦ୍‌ରୋଗ ଆଶଙ୍କା ଅଧିକ ରହିଥାଏ

ବୟସ ପୂର୍ବରୁ ଅନେକ ଲୋକ ଯେଉଁ ରୋଗ ହେତୁ ଶେଷ ନିଶ୍ୱାସ ତ୍ୟାଗ କରି ଦେଉଛନ୍ତି ତାହା ହେଉଛି ହୃଦ୍‌ରୋଗ। ଏହି ରୋଗ ସମୟକ୍ରମେ ବଢ଼ିବାରେ ଲାଗିଛି। ଜଣେ ପରେ ଜଣେ ବ୍ୟକ୍ତି ଏହି ରୋଗ ପାଇଁ ପ୍ରାଣ ହରାଇ ଚାଲିଛନ୍ତି। ବହୁ ଜଣାଶୁଣା ବ୍ୟକ୍ତିଙ୍କର ମଧ୍ୟ ଏହି ରୋଗରେ ମୃତ୍ୟୁ ଘଟୁଛି। ଗତକାଲି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଧ୍ୟ ଏହି ରୋଗ ହେତୁ ମୃତ୍ୟୁ ଘଟିଥିବା ସୂଚନା ରହିଛି।

ତେବେ, ଆଣପ ଜାଣନ୍ତି କି? ରକ୍ତରେ ମାତ୍ରାଧିକ ଶର୍କରା ପରିମାଣ ହିଁ ହୃଦ୍‌ରୋର କାରଣ ହୋଇଥାଏ। ରକ୍ତରେ ଶର୍କରାର ପରିମାଣ ଯେତେ ଅଧିକ ରହିବ ହୃଦ୍‌ଘାତର ଆଶଙ୍କା ସେତେ ଅଧିକ ରହିଛି। ବିଶେଷ କରି ଟାଇପ୍‌୨ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଅଧିକ ପରିମାଣର ହୃଦ୍‌ରୋଗ ଆଶଙ୍କା ରହିଛି।

Photo Credit: IANS

ତେବେ, ରକ୍ତରେ ଶର୍କରା ପରମାଣକୁ ଆୟତ୍ତରେ ରଖିପାରିଲେ ହୃଦ୍‌ରୋଗର ଆଶଙ୍କା କମ୍‌ ହୋଇଥାଏ। ଏହା ବ୍ୟତୀତ ହୃଦ୍‌ରୋଗର ଅନ୍ୟାନ୍ୟ କାରଣ ସବୁ ବି ରହିଛି। ମୋଟାପଣ, ନିଦ ନହେବା ଓ ଚିନ୍ତା ଆଦି ହୃଦ୍‌ରୋଗରେ ଅନ୍ୟାନ୍ୟ ପ୍ରମୁଖ କାରଣ।

ସମ୍ବନ୍ଧିତ ଖବର