ଆଜି ଦିନରେ ଦୁନିଆକୁ ଅଲବିଦା କହିଥିଲେ ଚର୍ଚ୍ଚିତ କଣ୍ଠଶିଳ୍ପୀ କେକେ‌

କେଉଁମାନଙ୍କୁ ହୃଦଘାତର ଅଧିକ ଆଶଙ୍କା ରହିଛି ଜାଣନ୍ତୁ

କୋଲକାତା : ଖ୍ୟାତନାମା ବଲିଉଡ୍ କଣ୍ଠଶିଳ୍ପୀ କୃଷ୍ଣକୁମାର କୁନ୍ନାଥ ଓରଫ କେକେ (୫୩)ଙ୍କର ୨୦୨୨ ମଇ ୩୧ ତାରିଖରେ କୋଲକାତାଠାରେ ଅକାଳ ବିୟୋଗ ସଂଗୀତ ଜଗତକୁ ସ୍ତବ୍ଧ କରିଦେଇଥିଲା। ଦେଖୁଦେଖୁ ତାଙ୍କ ମୃତ୍ୟୁକୁ ବର୍ଷେ ହୋଇଗଲାଣି। କିିନ୍ତୁ ସେ ଯେ ଆମ ଗହଣରେ ନାହାନ୍ତି ତାହାକୁ ବିଶ୍ବାସ କରି ହେଉନାହିଁ।

‌ତେବେ କୁହାଯାଇଥିଲା କି  ଏକ କନ୍‌ସର୍ଟରେ ସଂଗୀତ ପରିବେଷଣ କରିବାର କିଛି ଘଣ୍ଟା ପରେ କୃଷ୍ଣକୁମାର କୁନ୍ନାଥ ଓରଫ କେକେ ଅସୁସ୍ଥ ହୋଇପଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ଘଟିଥିଲା। କୌଣସି ଅପ୍ରାକୃତିକ କାରଣ ନୁହେଁ ବରଂ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଥିଲା ବୋଲି ପୋଷ୍ଟମର୍ଟମ୍ ରିପୋର୍ଟରୁ ଜଣାପଡ଼ିଥିଲା ବୋଲି ଡାକ୍ତର କହିଥିଲେ।

ଏହି ହୃଦଘାତକୁ ନେଇ ଡବ୍ଲୁଏଚଓ (ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ) ପକ୍ଷରୁ ପ୍ରକାଶ କି, ହୃଦୟ ରୋଗ ଦୁନିଆରେ ମୃତ୍ୟୁର ପ୍ରମୁଖ କାରଣ ହୋଇଗଲାଣି। ଏହି ହୃଦୟ ରୋଗ  ପ୍ରତିବର୍ଷ ୧.୭୯ କୋଟି ଲୋକଙ୍କ ଜୀବନ ନେଇଥାଏ ବୋଲି ରିପୋର୍ଟରୁ ଜଣାପଡ଼ିଛି। ହୃଦଘାତ ହେବାର ସମାନ୍ୟ ଲକ୍ଷଣ ଭିତରେ ରହିଛି, ‘ଛାତିରେ ଯନ୍ତ୍ରଣା, ଅଣନିଶ୍ବାସୀ ଲାଗିବା, ଗଳା, ପିଠି, କାନ୍ଧରେ ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଆଦି ରହିଛି।

ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ କି, ଉକ୍ତ ରକ୍ତଚାପ, କୋଲେଷ୍ଟ୍ରୋଲ, ମଧୁୂମେହ ଓ ମୋଟାପଣରେ ପୀଡିତ ଥିବା ଲୋକଙ୍କୁ ଅଧିକ ହୃଦଘାତ ହେବାର ସମ୍ଭାବନା ରହିଛି। ତେଣୁ ଏସବୁ ଦିଗକୁ   ଧ୍ୟାନରେ ରଖି ଆପଣ ନିଜର ଖାଦ୍ୟ, ପାନୀୟ ଓ ବ୍ୟାୟାମ ପ୍ରତି ଯତ୍ନ ନିଅନ୍ତୁ।

 

ସମ୍ବନ୍ଧିତ ଖବର