ଆଜିକାଲି ହୃଦଘାତକୁ ନେଇ ସମସ୍ତେ ଉଣାଅଧିକେ ଚିନ୍ତିତ। ହେଲେ ଆପଣ କ’ଣ ଜାଣନ୍ତି କ ିବାଦାମ ତେଲ ସେବନ କରିଲେ ହୃଦ୍ଘାତର ଆଶଙ୍କା ହ୍ରାସ ପାଇଥାଏ।
ବାଦାମ ତେଲରେ ଖାଦ୍ୟ ରାନ୍ଧିଲେ ବା ଦୁଧରେ ମିଶାଇ ପିଇଲେ ଅନେକ ଫାଇଦା ମିିଳିଥାଏ। ପ୍ରଥମତଃ ଦେହରେ ବାଦାମ ତେଲ ମାଲିସ କଲେ ହାଡ଼ ମଜଭୁତ ହୋଇଥାଏ ଏବଂ ଦେହରେ ସ୍ଫୂର୍ତ୍ତି ଆସିଥାଏ। ପ୍ରତିଦିନ ଗୋଟିଏ ଚାମଚ ବାଦାମ ତେଲ ସେବନ କରିଲେ ବି ସେହି ଲାଭ ମିଳିଥାଏ।
ବାଦାମ ତେଲରେ ଓମେଗା -୬ ଫ୍ୟାଟି ଏସିଡ୍ ରହିଛି। ଏହାର ଉପଯୋଗ କରିଲେ ମସ୍ତିଷ୍କ ଅଧିକ କ୍ଷିପ୍ର ହୋଇଥାଏ। ଗର୍ଭାବସ୍ଥାରେ ମଧ୍ୟ ବାଦାମ ତେଲ ସେବନ କରିଲେ,ତାହା ଉଭୟ ମାଆ ଓ ଶିଶୁପାଇଁ ଲାଭଦାୟକ ହୋଇଥାଏ। ଯଦି ମୁହଁରେ ଶୁଷ୍କତା ଥାଏ ,ତେବେ ବାଦାମ ତେଲ ଲଗାଇଲେ,ତାହା ଦୂରୀଭୂତ ହୋଇଥାଏ।
/sambad/media/post_attachments/wp-content/uploads/2018/12/groundnut.oil-jpg.jpg)
ଆଉ ଏକ ବଡ଼ କଥା ହେଲା ଯେ, ବାଦାମ ତେଲ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ନିୟମିତ ଭାବେ ବାଦାମ ତେଲ ସେବନ କରିଲେ ଶାରୀରିକ ଦୁର୍ବଳତା ମଧ୍ୟ ଦୂର ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/heart-attack-09.jpg)