ସର୍ଦ୍ଦିରେ ହୃଦ୍‌ଘାତ ଆଶଙ୍କା ବଢ଼େ, ସାବଧାନ ନ ହେଲେ ପ୍ରାଣ ଯାଇପାରେ, ୬ଟି ଉପାୟରୁ ସର୍ଦ୍ଦିରୁ ଦୂରେଇ ରହନ୍ତୁ

ସର୍ଦ୍ଦିରେ ଶରୀରରେ ବହୁ ପ୍ରକାରର ପରିବର୍ତ୍ତନ ଆସିଥାଏ, ଏମିତିରେ ସ୍ୱାସ୍ଥ୍ୟରେ ବହୁ ସମସ୍ୟା ଦେଖାଦିଏ। ଏହାର ସବୁଠୁ ଅଧିକ ନକରାତ୍ମକ ପ୍ରଭାବ ଆମର ହୃତପିଣ୍ଡ ଉପରେ ପଡ଼ିଥାଏ। ଥଣ୍ଡା ଯୋଗୁଁ ହୃତପିଣ୍ଡର କୋଷ ସଙ୍କୁଚିତ ହୋଇଯାଏ, ଯେଉଁଥିପାଇଁ ଠିକ୍‌ ଭାବେ ହୃଦୟକୁ ରକ୍ତ ଓ ଅମ୍ଳଜାନ୍‌ ଯାଇପାରେ ନାହିଁ। ଏହା ଯୋଗୁଁ ରକ୍ତଚାପ ବଢ଼ିଯାଏ, ଯାହା ହୃଦ୍‌ଘାତର ସମସ୍ୟା ସୃଷ୍ଟି କରିପାରେ। ଡାକ୍ତରଙ୍କ କହିବା ଅନୁଯାୟୀ, ଗରମ ଦିନ ଅପେକ୍ଷା ଥଣ୍ଡାଦିନେ ହୃଦ୍‌ଘାତ ହେବାର ଆଶଙ୍କା ୫୩ ପ୍ରତିଶତ ଅଧିକ ଥାଏ। କିନ୍ତୁ ଯତ୍ନ ନେଲେ ଆମେ ହୃଦ୍‌ଘାତ ସମସ୍ୟାରୁ ଦୂରେଇ ରହିପାରିବା। ଜାଣନ୍ତୁ କେମିତି ନେବେ ସର୍ଦ୍ଦିରେ ନେବେ ଶରୀରର ଯତ୍ନ।

 

ଗରମ କପଡ଼ା: ସର୍ବଦା ଥଣ୍ଡାରୁ ବଞ୍ଚନ୍ତୁ। ଗରମ କପଡ଼ା ପିନ୍ଧନ୍ତୁ। ବାହାରକୁ ଯିବା ସମୟରେ ମୁଣ୍ଡକୁ ଢାଙ୍କିବା ପାଇଁ ସ୍କାର୍ଫ୍‌ କିମ୍ବା କ୍ୟାପ୍‌ ବ୍ୟବହାର କରନ୍ତୁ।

 

ଘରକୁ ଗରମ ରଖନ୍ତୁ: ଘରକୁ ସର୍ବଦା ଗରମ ରଖନ୍ତୁ। ଘର ଭିତରକୁ ଥଣ୍ଡା ପବନ ପ୍ରବେଶ କରିବାରୁ ବଞ୍ଚନ୍ତୁ।

 

ଗରମ ଖାଦ୍ୟ: ଥଣ୍ଡାଦିନେ ସର୍ବଦା ଗରମ ଖାଦ୍ୟ ଖାଆନ୍ତୁ ଓ ଉଷୁମ ପାଣି ପିଅନ୍ତୁ।

 

ନିଶାଦ୍ରବ୍ୟ ପରିହାର କରନ୍ତୁ: ଥଣ୍ଡା ଲାଗିଲେ ମଦ, ସିଗାରେଟ୍‌ ବା ଅନ୍ୟ କୈଣସି ନିଶା ଦ୍ରବ୍ୟକୁ ପରିହାର କରନ୍ତୁ। ନିଶା ଯୋଗୁଁ ପୂରା ଶରୀର ଶକ୍ତ ହୋଇପାରେ।

 

ଖରା: ପ୍ରତିଦିନ ସକାଳୁ ୧୫ରୁ ୨୦ ମିନିଟ୍‌ ଖରାରେ ବସନ୍ତୁ। ଏହା ଦ୍ୱାରା ଶରୀର ଗରମ ହେବ ଓ କୋଲେଷ୍ଟ୍ରଲ୍‌ କମ୍‌ ହେବ, ଫଳରେ ହୃଦ୍‌ରୋଗର ବିପଦ କମିବ।

 

ଡାକ୍ତରୀ ଚିକିତ୍ସା: ଯଦି ଆପଣଙ୍କୁ ମଧୁମେହ ବା ହୃଦ୍‌ଜନିତ ସମସ୍ୟାର ସଙ୍କେତ ମିଳେ, ତା’ହେଲେ ଖୁବ୍‌ ଶୀଘ୍ର ଡାକ୍ତରୀ ଚିକିତ୍ସା ନିଅନ୍ତୁ।

ସମ୍ବନ୍ଧିତ ଖବର