ଆପଣଙ୍କ ମଧ୍ୟରେ ଏହି ସବୁ ଲକ୍ଷଣ ଦେଖୁଛନ୍ତି କି? ହୋଇପାରନ୍ତି ହୃଦ୍‌ଘାତର ଶିକାର, ଜାଣନ୍ତୁ ପ୍ରତିକାର

ଆଚନକ ଆପଣଙ୍କୁ ଯଦି ଅସହଜ ମନେ ହେଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ସାଇଲେଣ୍ଟ୍‌ ହାର୍ଟଆଟାକ୍‌(ହୃଦ୍‌ଘାତ)ର ଏକ ଲକ୍ଷଣ ହୋଇଥାଏ। ବିନା କାରଣରେ ମୁଣ୍ଡ ଘୂରାଇବା ବି ଏହାର ଏକ ଲକ୍ଷଣ। ଯଦି ଖାଇନାହାନ୍ତି କିମ୍ବା ଖରାରେ ଯାଉଛନ୍ତି ତାହା ଭିନ୍ନ କଥା ମାତ୍ର ଖାଲିରେ ମୁଣ୍ଡ ଘୂରାଇବାର କାରଣ ହୃଦ୍‌ଘାତ ହୋଇପାରେ। ନିଶ୍ୱାସ ନେବାରେ ବି ଅସୁବିଧା ଅନୁଭୂତ ହୋଇଥାଏ ହୃଦ୍‌ଘାତ ପୂର୍ବରୁ। ଛୋଟ ଛୋଟ ନିଶ୍ୱାସ ନେବା ଏହାର ଏକ ଲକ୍ଷଣ। ନିଦ୍ରହୀନତା ଅନେକ ରୋଗର ଲକ୍ଷଣ ହୋଇଥିବା ବେଳେ ହୃଦ୍‌ଘାତର ପ୍ରମୁଖ କାରଣ ହୋଇଥାଏ। ବାନ୍ତି ଲାଗିବା ବି ହୃଦ୍‌ଘାତର ଲକ୍ଷଣ। ଅନ୍ୟ କିଛି ଲକ୍ଷଣ ସହ ବାନ୍ତି ଲାଗୁଥିଲେ ହୃଦ୍‌ଘାତ ହୋଇପାରେ ବୋଲି ଚନ୍ତା କରି ସତର୍କ ରୁହନ୍ତୁ। ହଜମ ନହେବା ଓ ଗ୍ୟାସ୍‌ ସମସ୍ୟାକୁ ବି ହୃଦ୍‌ଘାତର ପୂର୍ବବର୍ତ୍ତୀ ପର୍ଯ୍ୟୟ ବୋଲି ମନାଯାଇପାରେ।

ହୃଦ୍‌ରୋଗକୁ ମଦ୍ୟପାନ, ଧୂମପାନ ତ୍ୟାଗ କରିବା ସହ ଉଚିତ ଜୀବନଶୈଳୀକୁ ଅନୁକରଣ କଲେ ଦୂରେଇ ଦେଇହେବ। ଏଥପାଇଁ ନିଜ ଶରୀରର ଓଜନକୁ ବି ଆୟତ୍ତରେ ରଖନ୍ତୁ। ଦୈନିକ କିଛି ନା କିଛି ନା କିଛି ଶାରୀରିକ କାର୍ଯ୍ୟ ନିଶ୍ଚୟ କରନ୍ତୁୁ। ନିଜ ଶରୀରକୁ ଏକଦମ ଚଳଚଞ୍ଚଳ ରଖନ୍ତୁ। ଏହା ବ୍ୟତୀତ ନିଜର ରକ୍ତଚାପକୁ ସର୍ବଦା ଆୟତ୍ତରେ ରଖିବାକୁ ଚେଷ୍ଟା କରନ୍ତୁ। ମଧୁମେହ ରହିଲେ ବି ହୃଦ୍‌ଘାତ ହୋଇପାରେ। ରକ୍ତରରେ ଶର୍କରା ପରିମାଣ କମ୍‌ ରହିଲେ ଆପଣ ସୁରକ୍ଷିତ।

ଆଜିକାଲି ଅଧିକାଂଶ ଲୋକ ହୃଦ୍‌ଘାତର ଶିକାର ହେଉଛନ୍ତି। ଅସୁସ୍ଥକର ପରିବେଶ, ଅତ୍ୟଧିକ ଚିନ୍ତା ଏହାର ମୁଖ୍ୟ କାରଣ ପାଲଟିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ୪୫ ପ୍ରତିଶତ ହୃଦ୍‌ଘାତ ବିନା କୌଣସି ଲକ୍ଷଣରେ ହେଉଛି। ପ୍ରାୟ ୨୫ ପ୍ରତିଶତ ହୃଦ୍‌ଘାତ ୪୦ ବର୍ଷ ବୟସ ମଧ୍ୟରେ ଘଟୁଛି। ଏମିତି ନୁହେଁ ଯେ ହୃଦ୍‌ଘାତ ହେବା ପୂର୍ବରୁ କୌଣସି ଲକ୍ଷଣ ଦିଶେ ନାହିଁ, ବରଂ ଆମେ ଅଧିକାଂଶ ସମୟରେ ଜାଣିପାରନ୍ତି ନାହିଁ।

ସମ୍ବନ୍ଧିତ ଖବର