ହୃତପିଣ୍ଡରେ ବ୍ଲକେଜ୍‌ ହୋଇଛି କି? ଆଜିଠାରୁ ଖାଦ୍ୟରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

ଏମିତି କିଛି ଫଳ ଓ ପନିପରିବା ରହିଛି ଯାହାକୁ ପ୍ରତିଦିନର ଖାଦ୍ୟରେ ସାମିଲ କଲେ ହୃତପିଣ୍ଡ ବ୍ଲକେଜ୍‌ ଭଳି ସମସ୍ୟାରୁ ଆପଣ ନିଜକୁ ରକ୍ଷା କରିପାରିବେ। ଯାହା ରକ୍ତ ସଞ୍ଚାଳନ ସ୍ୱାଭାବିକ କରିବା ସହ କୋଲେଷ୍ଟ୍ରଲ୍‌କୁ ଜମା ହେବାକୁ ଦେଇ ନ ଥାଏ। ଆସନ୍ତୁ ଜାଣିବା ସେହି ୪ଟି ଜିନିଷ ବିଷୟରେ..
୧.ତରଭୂଜ ଶରୀରରେ ନାଇଟ୍ରିକ୍‌ ଅକ୍‌ସାଇଡ୍‌ ପ୍ରସ୍ତୁତ କରିଥାଏ। ଏହା ରକ୍ତବାହୀ ଶିରାପ୍ରଶିରାକୁ ସକ୍ରିୟ କରିବା ସହ ରକ୍ତଚାପ କମାଇଥାଏ । ଏହା ଶରୀରର ଚର୍ବିବୃଦ୍ଧିକୁ ହ୍ରାସ କରିବା ସହ ହୃଦରୋଗ ଆଶଙ୍କାକୁ ମଧ୍ୟ କମାଇଥାଏ।
୨.ହଳଦୀ ଶିରାପ୍ରଶିରାରେ ହେଉଥିବା ସମସ୍ୟାକୁ ଠିକ୍‌ କରିଥାଏ, ଯାହା ରକ୍ତ ବହଳିଆ ହେବା ଓ କୋଲେଷ୍ଟ୍ରଲ୍‌ ସୃଷ୍ଟି ହେବାରୁ ରୋକିଥାଏ। ଏଥିରେ ଥିବା ବି-୬ ଭିଟାମିନ୍‌ ହୃଦୟକୁ ସୁସ୍ଥ ରଖେ।

Image result for heart
American Heart Association

୩.ରସୁଣରେ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାର ଗୁଣ ରହିଛି। ଏହାର ନିୟମିତ ସେବନ ଦ୍ୱାରା କୋଲେଷ୍ଟ୍ରଲ୍‌ କମ୍‌ ହେବା ସହ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ହୃତପିଣ୍ଡ ବ୍ଲକେଜ୍‌ ହେବାକୁ ଦେଇନଥାଏ ।
୪.ଅଲିଭ୍‌ ତେଲରେ ବହୁ ପରିମାଣରେ ମନୋସେଚୁରାଇଡ୍‌ ଓଲିକ୍‌ ଏସିଡ୍‌ ରହିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ବ୍ଲକେଜ୍‌ ହେବା ପ୍ରକ୍ରିୟାକୁ ରୋକିଥାଏ।

ସମ୍ବନ୍ଧିତ ଖବର