ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ନିୟମିତ କରନ୍ତୁ ଶାରୀରିକ ବ୍ୟାୟାମ

ନିୟମିତ ଶାରୀରିକ ବ୍ୟାୟାମ ହୃତ୍‌ପିଣ୍ତକୁ ସୁସ୍ଥ ରଖିବାର ସବୁଠୁୁ ଭଲ ଉପାୟ। ଏପରିକି ହୃଦ୍‌ ରୋଗର ବ˚ଶଗତ ଇତିହାସ ଥିଲେ ମଧୢ ବ୍ୟାୟାମ ଦ୍ବାରା ସେଥିରେ ଉନ୍ନତି ଘଟୁଥିବା ଏକ ନୂଆ ଅଧୢୟନରୁ ଜଣାପଡ଼ିଛି। ଆମେରିକାର ଷ୍ଟାନ୍‌ଫୋର୍ଡ‌୍‌ ବିଶ୍ବବିଦ୍ୟାଳୟର ସ୍ବାସ୍ଥ୍ୟ-ଗବେଷକମାନେ ଚାଳିିଶରୁ ସତୁରି ବର୍ଷ ବୟସ୍କ ପ୍ରାୟ ଚାରି ଲକ୍ଷ ପୁରୁଷ-ମହିଳାଙ୍କୁ ଅଧୢୟନ କରି ଏ ବାବଦରେ ନିଶ୍ଚିତ ହୋଇଛନ୍ତି।

BBC

ନିୟମିତ ବ୍ୟାୟାମ କରୁଥିବା ବ˚ଶଗତ ହୃଦ୍‌ ରୋଗୀଙ୍କ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ହୃଦ୍‌ ଧମନି ରୋଗ ଛତିଶ ପ୍ରତିଶତ ଓ ଅନିୟମିତ ହୃଦ୍‌ସ୍ପନ୍ଦନ ଆଶଙ୍କା ଛୟାଳିଶ ପ୍ରତିଶତ କମୁଥିବା ଅଧୢୟନରୁ ସ୍ପଷ୍ଟ ହୋଇଛି। ଏରୋବିକ୍‌ ବ୍ୟାୟାମ, ଦୌଡ଼, ଦ୍ରୁତଗତିରେ ଚାଲିବା ଅଧିକ ଉପକାରୀ। ଏହା ଦ୍ବାରା ନିଃଶ୍ବାସ-ପ୍ରଶ୍ବାସର ବେଗ ପ୍ରଖର ହୁଏ। ଶାରୀରିକ ଭାବେ ସକ୍ରିୟ ରହନ୍ତୁ, ହୃଦ୍‌ରୋଗରେ ପଡ଼ିବେନାହିଁ।

ସମ୍ବନ୍ଧିତ ଖବର