ଉଚ୍ଚତା ବଢ଼ାଇବାକୁ ଚାହାନ୍ତି? ଆପଣାନ୍ତୁ ଏହି ସରଳ ଉପାୟ

ଆପଣଙ୍କ ବ୍ୟକ୍ତିତ୍ୱ ଯେତେ ବି ଭଲ ହୋଇଥାଉ ପଛେ ମାତ୍ର ଯଦି ଉଚ୍ଚତା ଟିକେ କମ୍‌ ଅଛି ତ ତାହା ଆଖିକୁ ଦିଶେ ନାହିଁ। ଦୀର୍ଘ ଲୋକଙ୍କ ବ୍ୟକ୍ତିତ୍ୱ ଯେମିତି ପାଞ୍ଚ ଲୋକଙ୍କ ଭିତରୁ ଫୁଟି ବାହାରେ କମ୍‌ ଉଚ୍ଚତା ବିଶିଷ୍ଟ ଲୋକଙ୍କ ବ୍ୟକ୍ତିତ୍ୱ ସେପରି ଅନ୍ୟକୁ ଏତେଟା ଆକର୍ଷିତ କରିନଥାଏ। ଧୀରେ ଧୀରେ ସମୟ ବଦଳିବା ସଙ୍ଗେ ସଙ୍ଗେ ଉଚ୍ଚତାର ଚାହିଦା ଯେପରି ବଢ଼ି ବଢ଼ି ଚାଲିଛି। ଆଜିକାଲି ଯେପରି ଉଚ୍ଚତା ସମସ୍ତଙ୍କର ପ୍ରାଥମିକତା ହୋଇଗଲାଣି। ତେବେ, ଚାଲନ୍ତୁ ଜାଣିବା କେଉଁ ସରଳ ଉପାୟ ଦ୍ୱାରା ଆମେ ଅମର ଉଚ୍ଚତା ବୃଦ୍ଧି କରିପାରିବା। ମନେରଖନ୍ତୁ, ୩୫ ବର୍ଷ ମଧ୍ୟରେ ଉଚ୍ଚତା ବୃଦ୍ଧି କରାଯାଇ ପାରେ।

 

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପିଟ୍ୟୁଟାରି ଗ୍ଲାଣ୍ଡ୍‌ ଉପରେ ଉଚ୍ଚତା ନିର୍ଭର କରେ। ଏହି ଗ୍ଲାଣ୍ଡ୍‌ ଖପୁରିର ମଧ୍ୟ ଭାଗ ଅର୍ଥାତ ନାକ ସିଧାରେ ରହିଛି। ସେହି ଗ୍ଲାଣ୍ଡ୍‌ ସଂପ୍ରସାରିତ କରି ଉଚ୍ଚତା ବଢ଼ାଯାଇ ପାରିବ। ଏହି ପିଟ୍ୟୁଟାରି ଗ୍ଲାଣ୍ଡ୍‌କୁ ସଂପ୍ରସାରିତ କରିବା ପାଇଁ ଧ୍ୟାନ କରିବା ନିହାତି ଦରକାର। ତେଣୁ ଉଚ୍ଚତା ବଢ଼ାଇବାରେ ଧ୍ୟାନ ପ୍ରମୁଖ ଭୂମିକା ଗ୍ରହଣ କରେ। ଦିନକୁ ମାତ୍ର ୫-୧୦ ମିନିଟ୍‌ ଧ୍ୟାନ୍‌ କରନ୍ତୁ। ୩ ମାସ ମଧ୍ୟରେ ଆପଣ ଆଶାପୂର୍ବକ ଫଳାଫଳା ନିଶ୍ଚୟ ପାଇଯିବେ।

ସମ୍ବନ୍ଧିତ ଖବର