ପିଅନ୍ତୁ ଏହି ୩ ପ୍ରକାରର ହର୍ବାଲ ଟି, ଦୂରରେ ରହିବ ଅନେକ ରୋଗ

ପାଗ ଯାହା ବି ହେଉ, ଲୋକମାନେ ନିଜ ଦିନର ଆରମ୍ଭ ଚା’ରୁ କରିଥାନ୍ତି । ଅଧିକାଂଶ ଲୋକ କ୍ଷୀର ଚା’ ପିଇବାକୁ ପସନ୍ଦ କରୁଥିବା ବେଳେ ଖରାଦିନେ ହର୍ବାଲ ଟି ପିଇବାର ଅଭ୍ୟାସ କରିବା ଦରକାର । ଖରାଦିନେ ହର୍ବାଲ ଟି ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯିବା ସହ ଶରୀର ରୋଗ ମୁକ୍ତ ରହିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ……

୧.ପୁଦିନା ପେଟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଭରପୂର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ପୁଦିନାର ଚା’ ତିଆରି କରିବା ପାଇଁ ଫୁଟୁଥିବା ପାଣିରେ ପୁଦିନା ପତ୍ର ପକାଇ ୧୦-୧୫ମିନିଟ୍‌ ଫୁଟାଇ ଦିଅନ୍ତୁ । ଏହା ପରେ ଏହାକୁ ଛାଣି ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ପେଟ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ।

୨.ତୁଳସୀ ଚା’ ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯିବା ସହ ଶରୀର ସୁସ୍ଥ ରହିଥାଏ । ପାଣି ଫୁଟିଯିବା ପରେ ତଳକୁ ଓହ୍ଲାଇ ସେଥିରେ ୬-୭ଟି ତୁଳସୀ ପତ୍ର ପକାଇ ଦିଅନ୍ତୁ । ୨ମିନିଟ୍‌ ପରେ ଏହାକୁ ଛାଣି ସେଥିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ପେଟ, ଆଖି, କିଡ୍‌ନୀ, ଲିଭର ଇତ୍ୟାଦି ସୁସ୍ଥ ରହିଥାଏ ।

Image result for tulsi tea
Organic Facts

୩.ପିଆଜ ଚା’ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଦେଢ଼ କପ ପାଣି ଫୁଟାଇ ସେଥିରେ କଟା ପିଆଜ ପାକାଇ ଦିଅନ୍ତୁ । ପରେ ତଳକୁ ଓହ୍ଲାଇ ସେଥିରେ ଗ୍ରୀନ୍‌ ଟି ବା ଗ୍ରୀନ୍‌ ଟି ବ୍ୟାଗ୍‌ ପକାଇ ଘୋଡ଼ାଇ ଦିଅନ୍ତୁ । ୨ମିନିଟ୍‌ ପରେ ଏହାକୁ ଛାଣି ସେଥିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ ।

ସମ୍ବନ୍ଧିତ ଖବର