ମିଜାଜ୍‌ ଫୂର୍ତ୍ତି ରଖିବାକୁ ପିଅନ୍ତୁ ଘରେ ପ୍ରସ୍ତୁତ ଔଷଧୀୟ ଚା

ଆଧୁନିକ ବିଶୃଙ୍ଖଳିତ ଜୀବନରେ ମାନସିକ ବୋଝ, ବ୍ୟାକୁଳତା ଓ ବିଷାଦ ଆସିବା ସୁନିଶ୍ଚିତ କଥା। ଏହାର ସୁପରିଚାଳନା କରି ନ ଜାଣିଲେ ଭବିଷ୍ୟତରେ ଜଟିଳ ସ୍ୱାସ୍ଥ୍ୟ ମସମ୍ୟା ଭୋଗିବାକୁ ପଡ଼ିଥାଏ। ଆୟୁର୍ବେଦରେ ଏ ଭଳି ସମସ୍ୟାରୁ ମୁକ୍ତି ପାଇବା ଲାଗି କେତେକ ଚେରମୂଳି ରହିଛି। ଏହାକୁ ଚା କରି ପିଇଲେ ଉପରୋକ୍ତ ସମସ୍ୟା ଅନେକାଂଶରେ ଲାଘବ ହୋଇଥାଏ।

ଗୋଲାପ ପାଖୁଡ଼ା: ଗୋଲାପ ପାଖୁଡ଼ାରୁ ପ୍ରସ୍ତୁତ ଚା ଉତ୍ତମ କାମ କରିଥାଏ। ତା’ଛଡ଼ା ଏଥିରେ ଭିଟାମିନ୍‌ ସି ଏବଂ ଆଣ୍ଟିଅକ୍‌ସିଡାଣ୍ଟ୍‌ ଥିବାରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ି ଅଶେଷ ଉପକାର ହୋଇଥାଏ।

ଅଶ୍ୱଗନ୍ଧା: ଏଥିରେ ସମପରିମାଣର ଆମିନୋ ଏସିଡ୍‌ ଏବଂ ଭିଟାମିନ୍‌ ସି ଥିବାରୁ ଏହା ମିଜାଜ୍‌ ସ୍ଥିର ରକ୍ଷାକାରୀ ଭାବେ କାମ କରେ। ମାନସିକ ବୋଝକୁ ନିୟନ୍ତ୍ରଣରେ ରଖିବା ସହ ଏହା ଶକ୍ତି ଓ ସୌର୍ଯ୍ୟ ବୃଦ୍ଧି କରାଏ। ଏହା ନିଦ୍ରାହିନତା ମଧ୍ୟ ଦୂର କରିଥାଏ।

ତୁଳସୀ: ପୋଦିନା, ଦୟଣା, ଟୁକୁମାରି ଏବଂ ପୂଜାଦିରେ ବ୍ୟବହାର କରାଯାଉଥିବା ଗୁଳ୍ମ ସବୁ ତୁଳସୀ ବର୍ଗର। ଏଥିରୁ ଚା’ ତିଆରି କରି ପିଇହୁଏ। ଏହା ହଜମ କ୍ରିୟା ବଢ଼ାଏ। ସ୍ନାୟୁତନ୍ତ୍ରୀ ଆରମ ଦିଏ ଏବଂ ନିଦ୍ରା କରାଏ।

ଭୃଙ୍ଗରାଜ: ଏଥିରୁ ପ୍ରସ୍ତୁତ ଚା ଶରୀରୁ ବିଷାକ୍ତ ଉପାଦାନ ବାହାର କରି ପକାଏ। ବିପୁଳ ଅମ୍ଳଜାନ ଛାଡ଼ି ମସ୍ତିଷ୍କକୁ ଶକ୍ତି ଯୋଗାଏ। ଏବଂ ଦେହ ଓ ମନକୁ ହାଲୁକା କରି ପକାଏ।

ପୋଦିନା: ପୋଦିନା ମାଂସପେଶୀକୁ ଆରାମ ଦିଏ। ସୁଫଳ ପାଇଁ ଏହାକୁ ସନ୍ଧ୍ୟାରେ ଏବଂ ଶୋଇବାକୁ ଯିବା ଆଗରୁ ପିଇବା ଉଚିତ। ଏହା ନିଦ୍ରହୀନତା ଭୋଗୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଉତ୍ତମ। ମେନ୍ଥୋଲ୍‌ର ମାତ୍ରା ଅଧିକ ଥିବାରୁ ଏହା ମାଂସପେଶୀକୁ ଆରାମ ଦେଇ ଫୂର୍ତ୍ତି କରାଇଥାଏ। ହଜମ କ୍ରିୟା ପାଇଁ ମଧ୍ୟ ଏହା ଉତ୍ତମ।

ଲେମ୍ବୁଘାସ: ଆବଶ୍ୟକ ମୁତାବକ ଦୈନିକ ଲେମ୍ବୁଘାସ ଖାଇଲେ ମୁଣ୍ଡରେ ଚିନ୍ତା ଓ ବୋଝ ଜମାଟ ବାନ୍ଧେ ନାହିଁ। ଶକ୍ତି ବୃଦ୍ଧିକାରୀ ତତ୍ତ୍ୱ ଥିବାରୁ ଏହା ମିଜାଜ୍‌ ଭଲ ରଖେ। ରକ୍ତ ସଂଚାଳନ ଠିକ୍‌ ରଖେ।

ପାନମହୁରି: ଭାରତରେ ପାନମହୁରିର ବ୍ୟବହାର ଅତି ସାଧାରଣ କଥା। ପାନମହୁରି ମଞ୍ଜିରେ ହଜମକାରୀ ଉପାଦନ ଥିବାବେଳେ ପତ୍ର ପାକସ୍ଥଳୀ ପାଇଁ ହିତକର ହୋଇଥାଏ। ଏହି ପତ୍ରରେ ପ୍ରସ୍ତୁତ ଚା ପିଇବା ସବୁଠୁ ଭଲ।

ସମ୍ବନ୍ଧିତ ଖବର