କେଶ ଝଡ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଯାଇଛି। କେଶ ଝଡ଼ିବାକୁ ରୋକିବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି। ତା’ ସତ୍ତ୍ବେ ବି କେଶ ଝଡ଼ିବାକୁ ଶହେ ପ୍ରତିଶତ ଆୟତ୍ତ କରିହୁଏ ନାହିଁ। ମାତ୍ର ଆପଣଙ୍କ କେଶ ଝଡ଼ିବାକୁ ରୋକିବା ପାଇଁ ଆମ ନିକଟରେ ଏକ ବଢ଼ିଆ ଉପାୟ ଅଛି। ଯଦି ଆପଣଙ୍କ ଘର ପାଖରେ ମନ୍ଦାର ଫୁଲ୍ ଗଛ ଅଛି ତେବେ ଆପଣଙ୍କ ସମସ୍ୟା ସମାଧାନ ହୋଇଗଲା ବୋଲି ଭାବନ୍ତୁ।
ମନ୍ଦାର ରସ କେଶରେ ଲଗାଇଲେ କେଶ ଶକ୍ତ ହେବା ସହ ଝଡ଼ିବା କମ୍ ହୋଇଥାଏ। ଯଦି ଆପଣଙ୍କ ମୁଣ୍ଡ ଶୁଖିଲା ରହୁଛି କିମ୍ବା କୁଣ୍ଡେଇ ହଉଛି ତେବେ ବି ଆପଣ ଏହି ରସ ଲଗାଇ ପାରିବେ। କେଶ ରୁପି ଭଲ କରିବା ପାଇଁ ମନ୍ଦାର ଫୁଲର ରସ ଅବ୍ୟର୍ଥ ଔଷଧ ପରି କାମ କରିଥାଏ। ମୋଟାମୋଟି କହିବାକୁ ଗଲେ ଚିକ୍କଣ ଓ କଳା ମୁଚୁମୁଚୁ କେଶ ଚାହୁଁଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ।
ଯଦି ଆପଣଙ୍କ କେଶ ବା ତାଳୁ ସୁଷ୍କ ତେବେ ଆପଣ ୨ଟି ମନ୍ଦାର ପାଖୁଡ଼ା ନେଇ ଗୋଟାଏ କପ୍ ପାଣିରେ ୫ ମିନିଟ୍ ପର୍ଯ୍ୟନ୍ତ ଗରମ କରନ୍ତୁ। ତାହା ଥଣ୍ଡା ହେବା ପରେ ସେଥିରେ ଆବଶ୍ୟକ ମୁତାବକ ନଡ଼ିଆ ତେଲ ମିଶ୍ରଣ କରନ୍ତୁ। ତାହାକୁ କେଶରେ ଲଗାନ୍ତୁ।
ଯଦି ଆପଣଙ୍କ କେଶରେ ରୁପି ଅଛି ତେବେ ତେବେ ମନ୍ଦାର ଫୁଲ ସହ କିଛି ମନ୍ଦାର ପତ୍ର ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ। ତାହାକୁ କେଶରେ ଲଗାଇ ୨୦ ମିନିଟ୍ ପରେ କେଶ ଧୋଇ ଦିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/Untitled-100.jpg)