ଉଚ୍ଚ ରକ୍ତ ଚାପରୁ କିପରି ମୁକ୍ତି ପାଇବେ ଜାଣନ୍ତୁ

ଉଚ୍ଚ ରକ୍ତ ଚାପରେ ପୀଡ଼ିତ ଥିଲେ, ଜୀବନ-ଶୈଳୀ ବଦଳାନ୍ତୁ। ଓଜନ ବୃଦ୍ଧି ରକ୍ତ ଚାପ ବଢ଼ିବାର ଏକ କାରଣ; ଏଣୁ ସତର୍କ ରହନ୍ତୁ। ପୁରୁଷଙ୍କ କ୍ଷେତ୍ରରେ ଅଣ୍ଟା ମାପ ଚାଳିଶ ଇଞ୍ଚ୍‌ ଓ ମହିଳାଙ୍କର ପଞ୍ଚତିରିଶ ଇଞ୍ଚ୍‌ ତଳେ ରହିବା ନିରାପଦ। ପ୍ରତି ଦିନ ତିରିଶ ମିନିଟ୍‌ ଶାରୀରିକ ଶ୍ରମ କିଂବା ବ୍ୟାୟାମ ଦ୍ୱାରା ଚାରିରୁ ନଅ ମିଲିମିଟର୍‌ ପର୍ଯ୍ୟନ୍ତ ରକ୍ତ ଚାପ କମିଥାଏ। କମିଗଲା ପରେ ଶ୍ରମରେ ଅନିୟମିତତା ହେଲେ ପୁଣି ବଢ଼େ। ରକ୍ତ ଚାପ ନିୟନ୍ତ୍ରଣରେ ରଖିବା ଲାଗି ସନ୍ତୁଳିତ ଆହାର ଖାଆନ୍ତୁ। ଚର୍ବିଯୁକ୍ତ ଆହାର କମାଇବା ସହ ଫଳ, ସବୁଜ ପରିବା ବେଶି ଖାଆନ୍ତୁ। ଏଥିରୁ ଅଧିକ ପଟାସିଅମ୍‌ ମିଳେ ଓ ରକ୍ତରେ ସୋଡିଅମ୍‌ ମାତ୍ରା କମେ; ରକ୍ତ ଚାପ ବଢ଼େନାହିଁ। ଲୁଣ ଖାଇବା କମାନ୍ତୁ। ସୁରାପାନର ଅଭ୍ୟାସ ଥିଲେ ସାବଧାନ ରହନ୍ତୁ। ଅଧିକ ସୁରା ପାନ ଉଚ୍ଚ ରକ୍ତ ଚାପ ପାଇଁ ହାନିକାରକ। ଧୂମପାନ ସଂପୂର୍ଣ୍ଣ ବର୍ଜନ କରନ୍ତୁ। ରକ୍ତ ଚାପ ବୃଦ୍ଧିରେ କାଫେନ୍‌ର ପ୍ରଭାବ ଜଣାପଡ଼େନାହିଁ। ତେବେ, କଫି ସେବନ ପୂର୍ବରୁ ଓ ଅଧ ଘଣ୍ଟା ପରେ ରକ୍ତ ଚାପ ମାପି ଫରକ ଦେଖନ୍ତୁ। ବଢ଼ୁଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଚାପ ରକ୍ତ ଚାପ ବଢ଼ାଏ। ପରିବାର, କର୍ମ କ୍ଷେତ୍ର, ଅର୍ଥ ଓ ସ୍ୱାସ୍ଥ୍ୟ ସମସ୍ୟା ବାବଦରେ ଚାପରେ ରହୁଥିଲେ, ନିଜ ସ୍ତରରେ ସମାଧାନ କରନ୍ତୁ।

ସମ୍ବନ୍ଧିତ ଖବର