ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଖାଆନ୍ତୁ ଏସବୁ….

ଆଜିକାଲି ଅନେକ ଲୋକ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ଆମକୁ ଜଣା।ଏଥିପାଇଁ ଅନେକ ପ୍ରକାରର ଔଷଧ ଖାଇଥାଆନ୍ତି ପୀଡ଼ିତା। ହେଲେ କେତେକ ପ୍ରାକୃତିକ ଉପାୟରେ ଏହାର ନିରାକରଣ କରଯାଇପାରେ। ଜାଣନ୍ତି ସେସବୁ କ’ଣ? ଆପଣ ନିମ୍ନ ଲିଖିତ ଡ୍ରାଇ ଫୁଡ୍‌ ସେବନ କରିଲେ ଉଚ୍ଚ ରକ୍ତଚାପ ହ୍ରାସ ପାଇବ।
(୧)-ବ୍ଲୁ ବେରି:- ବ୍ଲୁ ବେରିରେ ଫ୍ଲେବନାଏଡ୍‌ସ ଥାଏ,ଯାହା ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସହାୟକ ହୋଇଥାଏ।(୨)-ଲାଲ୍‌ ବିଟ୍‌:- ଲାଲ୍‌ ବିଟ୍‌ ଖାଇଲେ ମଧ୍ୟ ଉଚ୍ଚ ରକ୍ତଚାପ ହ୍ରାସ ପାଇଥାଏ।ଏଥିରେ ନାଇଟ୍ରିକ୍‌ ଅକ୍ସାଇଡ୍‌ ଥାଏ। ଏହାର ଜୁସ୍‌ ପିଇବା ଲାଭଦାୟକ।
(୩)ଫ୍ୟାଟ୍‌ଲେସ୍‌ ମିଲ୍‌କ:- ଯଦି ଆପଣ ଫ୍ୟାଟ୍‌ଲେସ୍‌ ମିଲ୍‌କ ପିଇବେ,ତେବେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିବ ନାହିଁ।ଏଥିରେ କାଲସିଅମ୍‌ ଥିବା ହେତୁ ଫ୍ୟାଟ୍‌ର ମାତ୍ରା ମଧ୍ୟ ଶରୀରରେ କମିଥାଏ।
(୪)-ରସୁଣ:-ପ୍ରତିଦିନ କଞ୍ଚା ରସୁଣ ଖାଇଲେ ବି ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।


(୫)-କଦଳୀ:-ପାଚିଲା କଦଳୀରେ ପଟାସିଅମ୍‌ର ମାତ୍ରା ଅଧିକ ଥାଏ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।ଏଣୁ କଦଳୀ ସେବନ ମଧ୍ୟ ଲାଭଦାୟକ।

ସମ୍ବନ୍ଧିତ ଖବର