କେଶ ଝଡୁଛି କି? ଏହି ଘର ତିଆରି ସାମ୍ପୋରେ ଧୁଅନ୍ତୁ କେଶ, ମିଳିବ ଅନେକ ଫାଇଦା

ଆଜିକାଲି ବହୁଳ ମାତ୍ରାରେ ପରିବେଶ ପ୍ରଦୂଷଣ ଓ ବିଭିନ୍ନ ଧରଣର ରସାୟନ କେଶରେ ବ୍ୟବହାର କରିବା ହେତୁ କେଶ ଝଡ଼ିବା ଆମମାନଙ୍କ ପାଇଁ ପ୍ରାୟ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ମାତ୍ର ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଏହି ସମସ୍ୟାର ସମାଧାନ ଆମ ନିକଟରେ ରହିଛି। ଆମେ ଆଜି ଆପଣଙ୍କୁ ଏକ ଘର ତିଆରି ସାମ୍ପୋ ସଂପର୍କରେ କହିବୁ। ଯାହାକୁ କେଶରେ ଲଗାଇବାର ୧୫ ଦିନ ମଧ୍ୟରେ ଆପଣ ପ୍ରଭାବ ଜାଣିପାରିବେ।

ଏଥିପାଇଁ ଆପଣଙ୍କୁ ନେବାକୁ ପଡ଼ିବ ଅଅଁଳା, ରିଠା ଓ ସିକାକାଇ। ବଜାର କୌଣସି ପୂଜା ସାମଗ୍ରୀ ଦୋକାନରୁ ଏହାକୁ କିଣି ଆଣନ୍ତୁ। ମନେ ରଖନ୍ତୁ ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଗୁଣ୍ଡ ସବୁ ମିଳୁଛି। ଆପଣ କିନ୍ତୁ ଅଅଁଳା, ରିଠା ଓ ସକାକାଇର ଫଳ ଆଣିବେ।

ରାତିରେ ଅଅଁଳାରୁ ୪ଟି, ରିଟାରୁ ୪ଟି ଏବଂ ସିକାକାଇରୁ ୨ଟି ନେଇ ଏକ ପାତ୍ରରେ ଆବଶ୍ୟକ ମୁତାବକ ପାଣି ଦେଇ ତାହାକୁ ଫୁଟାଇ ଦିଅନ୍ତୁ। ସେ ସବୁ ସିଝିଗଲା ପରେ ତାହାକୁ ଘୋଡ଼ାଇ କରି ରଖି ଦିଅନ୍ତୁ। ପରଦିନ ସେଗୁଡ଼ିକ ସଂପୂର୍ଣ୍ଣ ବତୁରି ଯାଇଥିଲେ। ସେ ସବୁକୁ ଚକିଟି କରି ତାହାର ରସରେ କେଶ ଧୁଅନ୍ତୁ।

ଆପଣ ଦେଖିବେ ଏପରି ୧୫ ଦିନ କରିବା ପରେ ଆପଣଙ୍କୁ ଆଶାତୀତ ଫଳ ମିଳିବ। ଆପଣ ଚାହିଁଲେ ଅଅଁଳାକୁ ରାତିରେ ଭିଦାଇ ସକାଳେ ଖାଇ ମଧ୍ୟ ପାରନ୍ତି। ଏହା ଦ୍ୱାରା ମଧ୍ୟ କେଶ ଝଡ଼ିବା ସମସ୍ୟା ଦୂର ହେବା ସହ ଚେହେରାରେ ବୟସ୍କ ପ୍ରଭାବ ଦିଶେନାହିଁ।

ସମ୍ବନ୍ଧିତ ଖବର