ବେକରେ ଥିବା କଳାଦାଗକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଅନେକ ସମୟରେ ଲୋକେ ନିଜ ମୁହଁକୁ ସୁନ୍ଦର ଏବଂ ଚମକଦାର କରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ନିଜ ବେକକୁ ଅଣଦେଖା କରି ଦେଇଥାନ୍ତି। ଏହା ଦ୍ୱାରା ବେକ ଧିରେ ଧିରେ କଳା ହେବାକୁ ଲାଗିଥାଏ । କିଛି ଲୋକଙ୍କର ମୁହଁ ଅପେକ୍ଷା ବେକ କଳା ଦେଖା ଯାଇଥାଏ । ତେବେ ଘରୋଇ ଉପାୟରେ କେମିତି ଆପଣ ନିଜର ଏହି ସମସ୍ୟାକୁ ଦୂର କରିବେ, ଆସନ୍ତୁ ଜାଣିବା…

୧. ଅଧା ଚାମଚ ଲେମ୍ବୁ ରସରେ ଗୋଟେ ଚାମଚ ଗୋଲାପ ଜଳ ମିଶାଇ ବେକରେ ଭଲ ଭାବରେ ଲଗାନ୍ତୁ । ଗୋଟେ ରାତି ରଖିବା ପରେ ସକାଳେ ଭଲ ଭାବରେ ବେକକୁ ସଫା କରି ନିଅନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣ ଫରକ ଜାଣି ପାରିବେ ।

nari.punjabkesari.in

୨. ମହୁରେ ଲେମ୍ବୁ ରସ ମିଶାଇ ଲଗାଇବା ଦ୍ୱାରା ବେକର କଳା ଦାଗ ଦୂର ହୋଇଥାଏ । ୨ ଚାମଚ ଲେମ୍ବୁ ରସରେ ଗୋଟେ ଚାମଚ ମହୁ ମିଶାଇ ବେକରେ ଭଲ ଭାବରେ ଲଗାନ୍ତୁ । ଅଧଘଣ୍ଟା ରଖିବା ପରେ ଭଲ ଭାବରେ ମାଲିସ କରି ଧୋଇ ନିଅନ୍ତୁ ।

୩. ବେକର କଳା ଦାଗ ଦୂର କରିବା ପାଇଁ ବେକିଂ ସୋଡ଼ା ବ୍ୟବହାର ଆରମ୍ଭ କରନ୍ତୁ । ବେକିଂ ସୋଡ଼ାରେ ପାଣି ମିଶାଇ ଏକ ପେଷ୍ଟ କରିବା ସହ ବେକରେ ଲଗାଇ ୧୫ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଭଲ ଭାବରେ ଧୋଇ ନିଅନ୍ତୁ । କିଛି ଦିନ ଏପରି କରିବା ପରେ ଆପଣ ନିଜେ ଫରକ ଜାଣି ପାରିବେ ।

ସମ୍ବନ୍ଧିତ ଖବର