ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଲାଗି ରହୁଛି କି? ଆପଣାନ୍ତୁ ଏହି ୪ଟି ଘରୋଇ ଉପାୟ

ସାଧାରଣ ଭାବେ ହେଉଥିବା ପେଟବିନ୍ଧା, ମୁଣ୍ଡବିନ୍ଧା ବା ଶରୀରର ଅନ୍ୟ ଅଙ୍ଗ ବିନ୍ଧିବା କିମ୍ବା ଯନ୍ତ୍ରଣା ହେବାର ଏକ ପ୍ରମୁଖ କାରଣ ହୋଇଥାଏ ଗ୍ୟାଷ୍ଟ୍ରିକ୍‌। ଯଦି ଆପଣଙ୍କ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଅଛି, ତା’ହେଲେ ଏହି ସବୁ ଘରୋଇ ଉପଚାରରୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇ ପାରିବେ।

ଗୋଳମରିଚ ଓ ଲୁଣ: ଗ୍ୟାସ୍‌ ସମସ୍ୟାରୁ ତୁରନ୍ତ ମୁକୁଳିବା ପାଇଁ ଗୋଲମରିଚ ଓ ଲୁଣକୁ ଗୁଣ୍ଡ କରି ଗରମ ପାଣିରେ ମିଶାଇ ପିଇଲେ ଏହା ତୁରନ୍ତ କାମ କରିଥାଏ। ଗୋଟିଏ ଗ୍ଲାସ୍‌ ଗରମ ପାଣିରେ ଫାଳେ ଲେମ୍ବୁ, କିଛି କଳା ଲୁଣ, ଜୀରା ଗୁଣ୍ଡ ଓ କିଛି ହେଙ୍ଗୁ ମିଶାଇ ପିଇଲେ ଗ୍ୟାସ୍‌ ସମସ୍ୟାରୁ ତୁରନ୍ତ ଆରାମ ମିଳିଥାଏ।

ହେଙ୍ଗୁ, ସୁଣ୍ଠି ଓ ଗୁଡ଼: ହେଙ୍ଗୁ, ସୁଣ୍ଠି ଓ ଗୁଡ଼ ଆଦିକୁ ସେବନ କଲେ ଏହି ସମସ୍ୟା ଆଦୌ ରହେ ନାହିଁ। କିଛି ହଳଦୀ, ଧନିଆ, ଅଦା ଏବଂ କଳା ଲୁଣକୁ ପାଣିରେ ଗରମ କରି ପିଅନ୍ତୁ ଗ୍ୟାସ୍‌ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ।

ବଜ୍ରାସନ: ଭୋଜନ କରିବା ପରେ ୫ ମିନିଟ୍‌ ପାଇଁ ବଜ୍ରାସନରେ ବସନ୍ତୁ, ଗ୍ୟାସ୍‌ ହେବ ନାହିଁ। ପିପର୍‌ମେଣ୍ଟ ତେଲର କ୍ୟାପ୍‌ସୁଲ୍‌ ଗ୍ୟାସ୍‌ର ସମସ୍ୟାରୁ ମୁକ୍ତି ଦେଇଥାଏ। (କିନ୍ତୁ ପେଟରେ ଅଧିକ ପୀଡ଼ା ହେଲେ ଯାଇ ଏହାକୁ ନିଅନ୍ତୁ)।

ପାନମଧୁରୀ, ମେଥି ଓ ଲବଙ୍ଗ: ପେଟରେ ଗ୍ୟାସ୍‌ ହେବା ସମୟରେ ପାନମଧୁରୀ, ମେଥି ଓ ଲବଙ୍ଗକୁ ଧୀରେ ଧୀରେ ଚୋବାନ୍ତୁ। ଯଦି ଗ୍ୟାସ୍‌ ବା ଏସିଡିଟି ସମସ୍ୟା ହୁଏ, ତା’ହେଲେ ଧନିଆ, ଗୁଜୁରାତି ଏବଂ ହଳଦୀ ସେବନ କରିବା ଦ୍ୱାରା ଏଥିରୁ ମୁକ୍ତି ପାଇ ପାରିବେ।

ସମ୍ବନ୍ଧିତ ଖବର