ଆମ ଶରୀରରେ ଥିବା ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଗୋଟିଏ ହେଉଛି ବୃକ୍କ ବା କିଡ୍ନି । ଏହା ଆମ ଶରୀରର ରକ୍ତକୁ ସଫା କରି ସେଥିରୁ ବିଷାକ୍ତ ଜିନିଷ କାଢ଼ିଥାଏ। ତେଣୁ ଏହାକୁ ମଧ୍ୟ ସଫା କରିବାର ଆବଶ୍ୟକତା ହୋଇଥାଏ। ଆୟୁର୍ବେଦୀୟ ଡାକ୍ତରଙ୍କ କହିବା ଅନୁସାରେ ଅତି ସହଜ ଉପାୟରେ କିଡ୍ନିକୁ ସଫା କରିହେବ।
୪ ଚୁଟୁକି ହେଙ୍ଗୁ ଓ ୨ ଚୁଟୁକି ସୈନ୍ଧବ ଲବଣ ଖାଇ ୧ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ। ଏହି ଉପାୟ ଦ୍ୱାରା କିଡ୍ନି ସଫା ହେବା ସହ ଏଥିରେ ଜମା ହୋଇ ରହୁଥିବା ବିଷାକ୍ତ ପଦାର୍ଥ ଯାହା ପଥର ଜମିବାକୁ ସାହାଯ୍ୟ କରୁଥିବା ତତ୍ୱକୁ ଡିଟକ୍ସିଫାଇ କରି ବାହାର କରିଦିଏ।
ଶୁଣ୍ଠି ଓ ଗୁଜୁରାତି ଗୁଣ୍ଡ ୧ ଚାମଚ ଖାଆନ୍ତୁ, ଏହା କିଡ୍ନିକୁ ସଫା କରିବାରେ ସାହାଯ୍ୟ କରିଥାଏ।
କୋଳଥ ଡାଲିକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହାର ପାଣିକୁ ଛାଣି ପିଅନ୍ତୁ। ଏହା କରିବା ଦ୍ୱାରା କିଡ୍ନିରେ ଥିବା ସମସ୍ତ ବିଷ ମୁତ୍ର ଜରିଆରେ ବାହାରି ଯିବ।
ଏକ ଚାମଚ କାକୁଡ଼ି ମଞ୍ଜି ଗୁଣ୍ଡ ଖାଇ ୧ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ। ଏହା ଦ୍ୱାରା ମଧ୍ୟ କିଡ୍ନିର ବିଷ ଜିନିଷ ବାହାରି ଯିବ।