ଏଇ ସବୁ ଘରୋଇ ଉପାୟ ଅବଲମ୍ବନ କରନ୍ତୁ, ଓଜନ ହ୍ରାସରେ ସହାୟକ ହେବ
ଆଜିକାଲି ସମସ୍ତେ ଓଜନ ବୃଦ୍ଧିକୁ ନେଇ ବହୁତ ଚିନ୍ତାରେ ଅଛନ୍ତି । କେମିତି ଏଇ ସମସ୍ୟା ଦୂର ହେବ, ଚେଷ୍ଟା କରୁଛନ୍ତି । ଖାଦ୍ୟପାନରେ ଅନିୟମିତତା ଏବଂ ଅଧିକ ଫାଷ୍ଟଫୁଡ୍ ଭୋଜନ ପାଇଁ ଓଜନ ବୃଦ୍ଧି ହୋଇଥାଏ । ଆସନ୍ତୁ ଜାଣିବା କିଛି ଘରୋଇ ଉପାୟ ବିଷୟରେ ଯାହା ଓଜନ ବୃଦ୍ଧିକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ ।
Sambad is now on WhatsApp
Join and get latest news updates delivered to you via WhatsApp
-ପୁଦିନାର ଚଟଣୀ ପ୍ରସ୍ତୁତ କରି ରଖନ୍ତୁ । ସବୁବେଳେ ଏହାକୁ ରୁଟି ସହିତ ଖାଆନ୍ତୁ । ପୁଦିନାର ଚାହା ପିିଲେ ମଧ୍ୟ ଓଜନ କମ୍ ହୋଇଥାଏ ।
-ଭୋଜନ ଗ୍ରହଣ କରିବାର କିଛି ସମୟ ପୂର୍ବରୁ ଗାଜର ଖାଆନ୍ତୁ ଏବଂ ଗାଜର ଜୁସ୍ ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
-ଅମୃତଭଣ୍ଡା ଖାଇବା ଦ୍ୱାରା ମଧ୍ୟ ଓଜନ ହ୍ରାସ ହୋଇଥାଏ । ଏହା ସବୁ ସମୟରେ ଉପଲବ୍ଧ ହୋଇଥାଏ । ପନିପରିବା ଓ ଫଳରେ କ୍ୟାଲୋରିର ମାତ୍ରା ବହୁତ କମ୍ ରହିଥାଏ । ତେଣୁ ଏହାର ଯେତିକି ସେବନ କରିବା, ସେତିକି ଫାଇଦା ହେବ । ଆମ୍ବ, ସେପେଟା ଓ କଦଳୀ ଠାରୁ ଦୂରେଇ ରହନ୍ତୁ ।
-ଭୋଜନରେ କାର୍ବୋହାଇଡ୍ରେଟ ମାତ୍ରା କମ୍ କରନ୍ତୁ । ଏହା ଓଜନ ବୃଦ୍ଧି କରିିଥାଏ । ଚିନି, ଆଳୁ ଓ ଭାତ ଆଦି ଖାଆନ୍ତୁ ନାହିଁ ।
– ବୈଜ୍ଞାନିକ ତଥ୍ୟ ଅନୁସାରେ କଞ୍ଚା ଲଙ୍କା ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।
-ମୂଳା ରସରେ ମହୁ ମିଶାଇ ପାଣି ସହିତ ପିଇବା ଦ୍ୱାରା ଓଜନ ହ୍ରାସ ମଧ୍ୟ ହୋଇଥାଏ ।
-ଖାଦ୍ୟ ଗ୍ରହଣ ସମୟରେ ଟମାଟୋ ସହିତ ପିଆଜର ସାଲାଡ ପ୍ରସ୍ତୁତ କରନ୍ତୁ ଏବଂ ତା’ସହିତ ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଖାଆନ୍ତୁ । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ । ପିଆଜ ଏବଂ ଟମାଟୋରେ ଭିଟାମିନ୍ ସି, ଭିଟାମିନ୍ ଏ, ଆଇରନ୍, ପୋଟାସିୟମ୍ ଆଦି ଥାଏ ।
-ପ୍ରତିଦିନ ସକାଳୁ ଥଣ୍ଡା ପାଣି ସହିତ ମହୁ ମିଶାଇ ପିଅନ୍ତୁ ।
-କଲରା ତରକାରୀ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।
– ସଜନା ଛୁଇଁ ଖାଇବା ଦ୍ୱାରା ମଧ୍ୟ ଓଜନ ହ୍ରାସ ହୋଇଥାଏ ।
-ସୁଣ୍ଠି, ଡାଲଚିନି ଏବଂ ଗୋଲମରିଚକୁ ଗୁଣ୍ଡ କରିଦିଅନ୍ତୁ । ସକାଳେ ଖାଲି ପେଟରେ ଖାଆନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ । ଏହାର ସେବନ କଲେ ଭଲ ।
-ଧନିଆର ଜୁସ୍ ପିଇବା ଦ୍ୱାରା କିଡନି ସଫା ରହିଥାଏ ଏବଂ ଓଜନ ହ୍ରାସ ହୋଇଥାଏ ।