ଘରୋଇ ଉପାୟରେ ନିଜର ଓଜନ କମ୍‌ କରିବେ କିପରି?

ଆମେ କେତେକ ଘରୋଇ ଉପାୟରେ ନିଜର ଓଜନ କମ୍‌ କରିପାରିବା। ଆସନ୍ତୁ ସେବୁ କଥା ଜାଣିବା…
ଲେମ୍ବ ପାଣି: ଲେମ୍ବୁ ପାଣି ପିଇଲେ ଓଜନ ହ୍ରାସ ହୋଇଥାଏ । ଏକଥା ଆମ ସମସ୍ତଙ୍କୁ ଜଣା ।

କାକୁଡ଼ି: ଏହାକୁସାଲାଡରେ ସାମିଲ କରିବାଦ୍ୱାରା ଶରୀରର ଓଜନ କମିଯିବ ।
ଟମାଟୋ: ନିୟମିତ ଟମାଟୋ ସାଲାଡ଼ ରୂପେ ସେବନ କଲେ ନିଜର ଓଜନ ହ୍ରାସ ପାଇଥାଏ ।

ମହୁ: ଆୟୁର୍ବେଦରେ ମହୁର ବହୁଳ ପ୍ରଚଳନ ରହିଛି। ଏଥିରେ ଔଷଧୀୟ ତତ୍ତ୍ୱ ରହିଥିବା ହେତୁ କେତେକ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଉଷୁମ ପାଣିରେ ମହୁ ମିଶାଇ ପିଇଲେ ବି ଓଜନ କମିଥାଏ।
ପାଚିଲା ଅମୃତଭଣ୍ଡା: ସକାଳେ ଗୋଟିଏ ପାଚିଲା ଅମୃତଭଣ୍ଡା ସେବନ କଲେ ବି ଓଜନ କମିଥାଏ।
ସିଝା ଖାଦ୍ୟ: ପ୍ରତିଦିନ ସିଝା ଖାଦ୍ୟ ଖାଇଲେ ଓଜନ କମିଥାଏ।
ବ୍ରାଉନ୍‌ ରାଇସ୍‌: ପ୍ରତିଦନ ମଧ୍ୟାହ୍ନ ଭୋଜନରେ ବ୍ରାଉନ୍‌ ରାଇସ୍‌ ଖାଇଲେଓଜନ କମିଥାଏ।
ଗାଜର ଜୁସ୍‌: ପ୍ରତିଦିନ ୧୨ ଗ୍ଲାସ୍‌ ପାଣି ପିଇବାପରେ ବି ଯଦି ଗୋଟିଏ ଗ୍ଲାସ୍‌ ଗାଜର ଜୁସ୍‌ ପିଅନ୍ତି ତେବେ ତାହା ଆପଣଙ୍କର ଓଜନ କମାଇବାରେ ସହାୟକ ହୋଇଥାଏ।
ଫଳ ରସ: ଯେତେବେଳେ ଭୋକ ଲାଗୁଥିବ ସେତେବେଳେ ଯଦି ସେଓ ଜୁସ୍‌ ବା କଦଳୀ ଜୁସ୍‌ ପିଅନ୍ତି ତେବେ ତାହା ଆପଣଙ୍କର ଓଜନ କମାଇବାରେ ସହାୟକ ହୋଇଥାଏ।
ଷ୍ଟ୍ର ବେରି: ଷ୍ଟ୍ର ବେରି ରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟର ଓ ଆନ୍ଥୋ ସାଇନିନ୍‌ ଥାଏ , ଯାହା ଶରୀରର ଚର୍ବିକୁ କମ୍‌ କରିଥାଏ । ଏଣୁ ନିଜର ବଜାରର ସ୍ନାକ୍‌ସ ଦେଢ କପ୍‌ ଷ୍ଟ୍ରବେରି କୁ ସାମିଲ୍‌ କରିଲେ ଏହା ଆପଣଙ୍କ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।
ଜୁଆଣି ପତ୍ର: ଆପଣ ଖାଦ୍ୟରେ ଜୁଆଣି ପାତ୍ରକୁ ସାମିଲ୍‌ କରିଲେ ବି ଓଜନ ହ୍ରାସ ହେବ । ଏହାକୁ ଆପଣ ସାଲାଡ଼ ଶୈଳୀରେ ବି ଖାଇ ପାରିବେ । ଏହା ପାଚନ ଶକ୍ତି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଶରୀରର ଓଜନ କମ୍‌ କରିଥାଏ ।

ଲେମନ୍‌ ଟି : ପ୍ରତ୍ୟହ ଲେମନ୍‌ ଟି ପିଇଲେ ବି ଆପଣଙ୍କ ଓଜନ ବଢ଼ିବ ନାହିଁ। ଏହାପିଇଲେ ସହଜରେ ଥଣ୍ଡା ଧରେ ନାହିଁ, କି କାଶ ହେବ ନାହିଁ ।

ସମ୍ବନ୍ଧିତ ଖବର