publive-image

Advertisment

ବର୍ଷାଦିନେ ପେଟ ଗୋଳମାଳ ହେବା ଏକ ସାଧାରଣ ସାଧାରଣ ସମସ୍ୟା। ଖାଦ୍ୟରେ ପରିବର୍ତ୍ତନ ହେଲେ ଛୋଟମୋଟ ଅସୁସ୍ଥତା ହେବାର ଆଶଙ୍କା ଦେଖା ଦେଇଯାଏ ଓ ହଜମ ହେବାରେ ବି ସମସ୍ୟା ଦେଖା ଦେଇଥାଏ। ପେଟମରା ଓ ଦରଜର ଅନେକ କାରଣ ହୋଇପାରେ କିନ୍ତୁ ଆପଣ ଏହି ଘରୋଇ ଉପଚାର କରି ପେଟ ଦରଜର ସମସ୍ୟାରୁ ମୁକ୍ତି ପାଇ ପାରିବେ।

publive-image

ମେଥି: ଏକ ଛୋଟ ଚାମଚରେ ମେଥି ନେଇ ସେ ଦାନାକୁ ଗୁଣ୍ଡ କରି ଗରମ ପାଣିରେ ମିଶାଇ ପିଅନ୍ତୁ। ଏହାଦ୍ୱାରା ଗ୍ୟାସ୍‌ରୁ ମୁକ୍ତି ମିଳିବା ସହ ପେଟ ଦରଜ କମିଯିବ।

publive-image

ଗୋଲମରିଚ: ଗୋଲମରିଚ ସହ ହେଙ୍ଗୁ, ଶୁଣ୍ଠି ଓ ସୈନ୍ଧବ ଲୁଣକୁ ମିଶାଇ ଗୁଣ୍ଡ କରି ଚୂର୍ଣ୍ଣ ତିଆରି କରନ୍ତୁ। ପେଟ ସମ୍ବନ୍ଧିତ ସମସ୍ୟା ପାଇଁ ଉଷୁମ ପାଣି ସହ ଚୂର୍ଣ୍ଣକୁ ଖାଆନ୍ତୁ, ସମସ୍ୟାରୁ ମୁକ୍ତି ପାଇବେ।

publive-image

ଲୁଣ ଓ ପାଣି: ଖାଇ ସାରିବା ପରେ ଯଦି ହଜମ ହେବାରେ ସମସ୍ୟା ହେଉଛି, ତା’ହେଲେ ଏକ କପ ଗରମ ପାଣିରେ ଏକ ଛୋଟ ଚାମଚ ଲୁଣ ମିଶାଇ ପିଅନ୍ତୁ।

publive-image

ଗୁଜୁରାତି: ଗୁଜୁରାତି ହଜମକ୍ରିୟାକୁ ଠିକ୍‌ କରିବାକୁ ସାହାଯ୍ୟ କରିଥାଏ। ଖାଦ୍ୟ ଖାଇ ସାରିଲା ପରେ ୨ଟି ଗୁଜୁରାତିକୁ ଗୁଣ୍ଡ କରି ମହୁ ସହ ମିଶାଇ ଖାଆନ୍ତୁ।

publive-image

ଆଲୋବେରା (ଘିକୁଆଁରୀ) ଜୁସ୍‌: ଆଲୋବେରା ଜୁସ୍‌ ପିଇବା ଦ୍ୱାରା ପେଟ ଓ ଅନ୍ତି ସଫା ହୋଇଥାଏ। ପ୍ରତିଦିନ ସକାଳୁ ଖାଲି ପେଟରେଆଲୋବେରା ଜୁସ୍‌ ପାଣିରେ ମିଶାଇ ପିଇବା ଉଚିତ୍‌।

publive-image

ଡାଳିମ୍ବ: ପେଟରେ ଗ୍ୟାସ୍‌ ହେବାର ସମସ୍ୟା ଯଦି ଅଛି ଡାଳିମ୍ବରେ ଗୋଳମରିଚ ଓ ଲୁଣ ମିଶାଇ ଖାଆନ୍ତୁ।