ଏହି ଘରୋଇ ଉପଚାର ଆପଣାଇ ତୁରନ୍ତ ମୁଣ୍ଡ ବ୍ୟଥାରୁ ଆରାମ ପାଆନ୍ତୁ

ବ୍ୟସ୍ତବହୁଳ ଜୀବନରେ ଖରା ଓ ଗରମ ହେତୁ ମୁଣ୍ଡ ବ୍ୟଥାଜନିତ ସମସ୍ୟା ଦେଖା ଦେଇଥାଏ। ସର୍ବଦା ମୁଣ୍ଡବ୍ୟଥା ପାଇଁ ଔଷଧ ଖାଇବା ଶରୀରପକ୍ଷେ କ୍ଷତି କାରକ ହୋଇଥାଏ। ଏପରି କ୍ଷେତ୍ରରେ ଆୟୁର୍ବେଦିକ ପଦ୍ଧତିରେ ଘରୋଇ ଉପଚାର ଦ୍ୱାରା ମୁଣ୍ଡବ୍ୟଥାରୁ ମୁକ୍ତି ପାଇ ପାରିବେ।

ମୁଣ୍ଡ ବ୍ୟଥାରୁ ତୁରନ୍ତ ଆରାମ ପାଇବା ପାଇଁ ଲବଙ୍ଗର ପାଉଡର ସହିତ ଲୁଣ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ କ୍ଷୀର ସହିତ ମିଶାଇ ପିଅନ୍ତୁ। କିଛି ସମୟ ଭିତରେ ମୁଣ୍ଡ ବ୍ୟଥା କମ୍‌ ହୋଇଯାଇଥାଏ।

ରସୁଣ ଏକ ପ୍ରାକୃତିକ ମୁଣ୍ଡ ବ୍ୟଥା ନିବାରକ ଔଷଧ। ରସୁଣର କିଛି ପାଖୁଡାକୁ ପେଷ୍ଟ କରି ତାହାର ରସ ପିଅନ୍ତୁ।
ମୁଣ୍ଡ ବ୍ୟଥା ସମୟରେ ଗଳା,କାନ୍ଧ ମସ୍ତକ ମାଲିସ୍‌ ଦ୍ୱାରା ବି ମୁଣ୍ଡ ବ୍ୟଥାରୁ ମୁକ୍ତି ମିଳିଥାଏ।

ଯଦି ମୁଣ୍ଡ ବ୍ୟଥା ସମସ୍ୟା ସବୁବେଳେ ହେଉଛି ତେବେ ସେଓରେ ଲୁଣ ଲଗାଇ ଖାଲି ପେଟରେ ଖାଆନ୍ତୁ। ଏହାପରେ ନଖ ଉଷୁମ କ୍ଷୀର ପିଅନ୍ତୁ। କିଛି ଦିନ ଏପରି କରିବା ଦ୍ୱାରା ମୁଣ୍ଡ ବ୍ୟଥା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

ତୁରନ୍ତ ମୁଣ୍ଡବ୍ୟଥାରୁ ଆରାମ ପାଇଁ ଏକ ସଫା କପଡାରେ ବରଫ ଖଣ୍ଡ ରଖି ୧୦ମିନିଟ୍‌ ପର୍ଯ୍ୟନ୍ତ ମୁଣ୍ଡ ମାଲିସ୍‌ କରନ୍ତୁ।

ମୁଣ୍ଡ ଭାରିଭାରି ଲାଗୁଥିବା ବେଳେ ଅଦା, ଲବଙ୍ଗ ଓ ଅଳେଇଚର ଚାହା ବନାଇ ନିଅନ୍ତୁ।

ସମ୍ବନ୍ଧିତ ଖବର