ଶ୍ବାସ ରୋଗୀ ହୋଇଥିଲେ ଆପଣାନ୍ତୁ ଏହି ଉପାୟ, ଚୁଟ୍‌କିରେ ହୋଇଯିବ ସମସ୍ୟାର ସମାଧାନ

ଆଜିକାଲି ନୂଆ ନୂଆ ଧରଣର ରୋଗ ସବୁ ବାହାରୁଛି। ଶ୍ୱାସ ରୋଗ କିନ୍ତୁ ନୂଆ ରୋଗ ଅନ୍ତର୍ଭୁକ୍ତ ନୁହେଁ। ଏହି ରୋଗ ଅତିପୁରୁଣା। ପୁରୁଣାକାଳିଆ ଲୋକ ଏହି ରୋଗର ଚିକିତ୍ସା ଚୁଟ୍‌କିରେ କରୁଥିଲେ। ମାତ୍ର ଆଜିକାଲିର ଲୋକେ ନିଜର ଅସାବଧାନତା ହେତୁ ଏହାକୁ ବଢ଼ାଇ ଦେଇଥାଆନ୍ତି। ତେବେ ଆପଣ ଯଦି ଶ୍ୱାସ ରୋଗୀ ତା’ହେଲେ ଏହି ସବୁ କାର୍ଯ୍ୟ ଆଦୌ କରନ୍ତୁ ନାହିଁ।

ଶ୍ୱାସ ରୋଗୀଙ୍କ ପାଇଁ ଥଣ୍ଡା ଜାତୀୟ ଖାଦ୍ୟ ଖାଇବା ମନା। ବିଶେଷ କରି କଦଳୀ। କଦଳୀ ତ ଦୂରର କଥା, ଡାକ୍ତରମାନେ ଶ୍ୱାସରୋଗୀମାନଙ୍କୁ କଦଳୀ ପତ୍ରରେ ଖାଇବାକୁ ବି ମନା କରିଥାନ୍ତି।

କେହି କେହି ବ୍ୟକ୍ତିଙ୍କର ଦିନକୁ ଦୁଇଥର ଗାଧୋଇବାର ଅଭ୍ୟାସ ରହିଥାଏ। ମାତ୍ର ମନେ ରଖନ୍ତୁ ଏ ଅଭ୍ୟାସ ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଆପଣ ଯେତେ ନିଜକୁ ଜଳ ପାଖରୁ ଦୂରେଇ ରଖିବେ ସେତେ ଭଲ।

ରାତି ସମୟରେ ଥଣ୍ଡା ଜାତୀୟ ଖାଦ୍ୟ ଖାଇବା ଅର୍ଥାତ, ନିଜ ରୋଗକୁ ଦ୍ୱିଗୁଣ କରିବା ସହ ସମାନ। ଆପଣ କାକୁଡ଼ି, ଆଇସ୍‌କ୍ରିମ୍‌, କଦଳୀ ଆଦି ରାତି ସମୟରେ ଖାଆନ୍ତୁ ନାହିଁ।

ରୋଗକୁ ଆୟତ୍ତରେ ରଖିବା ପାଇଁ ଗୁଆ ଘିଅ ଓ ଅଣ୍ଡା ଖୁବ୍‌ ଭଲ ହୋଇଥାଏ। ସିଝା ଅଣ୍ଡା ଦୈନିକ ଗୋଟିଏ ଲେଖାଏ ଖାଆନ୍ତୁ। କଞ୍ଚା ଅଣ୍ଡା ଖାଇଲେ ଆହୁରି ଭଲ। ପ୍ରତିଦିନ ଭାତ ସହ ଘିଅ ମିଶାଇ ଖାଆନ୍ତୁ।

ସମ୍ବନ୍ଧିତ ଖବର