ସାଧାରଣତଃ ବ୍ୟସ୍ତବହୁଳ ଜୀବନରେ ବିଭିନ୍ନ କାରଣକୁ ନେଇ ବ୍ୟକ୍ତି ଠିକ୍‌ ଭାବରେ ଶୋଇ ପାରି ନ ଥାଏ । ଯେଉଁ କାରଣକୁ ନେଇ  ଆଖିତଳ କଳାପଡ଼ିଯାଏ। ଫଳରେ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ପାଇଥାଏ।  ତେବେ ଆଜି ଆମେ ଆପଣଙ୍କୁ ଏପରି ସରଳ ଓ ଘରୋଇ ଉପାୟ ବିଷୟରେ ଜଣାଇବୁ,ଯାହାକୁ ପ୍ରୟୋଗ କରି ଆପଣ ଆପଣଙ୍କ ଆଖିତଳ କଳାଦାଗକୁ ସଂପୂର୍ଣ୍ଣ ରୂପେ ଦୂର କରିପାରିବେ।

Advertisment

ଆବଶ୍ୟକୀୟ ସାମଗ୍ରୀ:

୧-୧ ଚାମଚ ମହୁ।

୨-୧/୨ ଚାମଚ କାକୁଡ଼ି ରସ।

୩-୧/୨ ଚାମଚ ଆଳୁ ରସ।

ପ୍ରଣାଳୀ:ଆଖିତଳ କଳାଦାଗକୁ ଦୂରେଇବା ପାଇଁ ପ୍ରଥମତଃ ଆପଣଙ୍କୁ ଏକ ଛୋଟ ପାତ୍ରରେ ଏକ ଚାମଚ ମହୁ ସହିତ ଅଧା ଅଧା ଚମାଚ କରି କାକୁଡ଼ି ରସ ଏବଂ ଆଳୁ ରସକୁ ମିଶ୍ରଣ କରିବାକୁ ହେବ। ଏହାପରେ ଆପଣ ପ୍ରସ୍ତୁତ ହୋଇଥିବା ଉକ୍ତ ମିଶ୍ରଣକୁ କଳା ପଡ଼ିଯାଇଥିବା ଆପଣଙ୍କର ଆଖିତଳରେ ଲଗାଇବାକୁ ହେବ। ଏହାକୁ  କଳାଦାଗ ଉପରେ  ୩୦ ମିନିଟ୍‌ ରଖିବା ପରେ ଧୋଇଦେବାକୁ ହେବ। ଯଦି ଆପଣ ଚାହିଁବେ ଏହାକୁ ଆପଣଙ୍କର ସଂପୂର୍ଣ୍ଣ ଚେହେରାରେ ବି ମଧ୍ୟ ଲଗାଇ ପାରିବେ। କିଛି ଦିନ ଏପରି କରିବା ପରେ କଳାଦାଗ କ୍ରମଶଃ ଦୂରେଇଯିବ।