ଏସିଡିଟିର ସମସ୍ୟାକୁ ମୂଳପୋଛ କରିବାରେ ସାହାଯ୍ୟ କରିଥାଏ ଏହି ସବୁ ଜିନିଷ

ଠିକ ସମୟରେ ନ ଖାଇବା ବା ଭୁଲ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଆରମ୍ଭ ହୋଇଥାଏ । ଖାସ୍‌ କରି ବାହାର ଜିନିଷ ଅଧିକ ଖାଇବା ଦ୍ୱାରା ଏସିଡିଟି ଭଳି ସମସ୍ୟା ଆରମ୍ଭ ହୋଇଥାଏ । ଯାହାର ସମାଧାନ ପାଇଁ ଲୋକେ ବିଭିନ୍ନ ପ୍ରକାରର ଔଷଧ ଖାଇବା ଆରମ୍ଭ କରିଥାନ୍ତି । ତେବେ ଘରୋଇ ଉପାୟରେ ମଧ୍ୟ ଆପଣ ଏହି ସମସ୍ୟାକୁ ଦୂର କରି ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ…….

୧. ତୁଳସୀ ପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଅଲସର ତତ୍ତ୍ୱ ରହିଥାଏ । ଯାହା ଏସିଡିଟିର ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ତୁଳସୀ ପତ୍ରକୁ ପାଣିରେ ଫୁଟାଇ ବା ଚା’ କରି ପିଇବା ଦ୍ୱାରା ପାଚନ କ୍ରିୟା ମଜବୁତ ହୋଇଥାଏ ।

nari.punjabkesari.in

୨. ରାତିରେ ଖାଦ୍ୟ ଖାଇବା ପରେ ପାନ ମଧୁରୀ ଖାଇବା ଆରମ୍ଭ କରନ୍ତୁ । ଏହା ଆପଣଙ୍କ ଏସିଡିଟିର ସମସ୍ୟାକୁ ଶେଷ କରିବାରେ ସାହାଯ୍ୟ କରିବ । କାରଣ ଖାଦ୍ୟ ଖାଇବା ପରେ ପାନ ମଧୁରୀ ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇ ଯାଇଥାଏ ।

nari.punjabkesari.in

୩. ଥଣ୍ଡା କ୍ଷୀରରେ ଥିବା କ୍ୟାଲସିୟମ ଏସିଡିଟି ହେବାରୁ ରୋକିଥାଏ । ସେଥିପାଇଁ କୌଣସି ସମସୟରେ ଏସିଡିଟି ସମସ୍ୟା ଦେଖାଗଲେ ତୁରନ୍ତ ଥଣ୍ଡା କ୍ଷୀର ପିଅନ୍ତୁ ।

nari.punjabkesari.in

୪. ଏସିଡିଟି ସମସ୍ୟା ଥିଲେ ତୁରନ୍ତ କଦଳୀ ଖାଇ ନିଅନ୍ତୁ । କିଛି ସମୟ ମଧ୍ୟରେ ଏହି ସମସ୍ୟା ଦୂର ହେବ ।

ସମ୍ବନ୍ଧିତ ଖବର