ଶାହାରୁଖ ଓ ଯୁବରାଜଙ୍କ ଘରେ ରହିବେ କି? ଏହି ଦୁହେଁ ଦେଉଛନ୍ତି ତାଙ୍କ ଘରେ ରହିବାର ସୁଯୋଗ

ମୁମ୍ବାଇ: ଯଦି ଆପଣ ଶାହରୁଖ ଖାନ କିମ୍ବା ଯୁବରାଜ ସିଂଙ୍କ ଘରେ ରହିବାର ସୁଯୋଗ ପାଆନ୍ତି, ତେବେ ଆପଣ ସେଠାରେ ରହିବେ କି? ଆପଣ କହିବେ,ଏହା ସମ୍ଭବ କି? ଯଦି ଆପଣଙ୍କର ପ୍ରିୟର କ୍ରିକେଟର, ଅଭିନେତା କିମ୍ବା ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ଘରେ ରହିବାର ସ୍ୱପ୍ନ ଅଛି, ତେବେ ଆପଣ ମଧ୍ୟ ଏହାକୁ ପୂରଣ କରିପାରିବେ | କାରଣ ଅନେକ ସେଲିବ୍ରିଟି ଅଛନ୍ତି, ଯାହାଙ୍କର ଗୋଟିଏ ନୁହେଁ ଭାରତରେ ଅନେକ ଘର ଅଛି ଏବଂ ସେମାନେ ଏହି ଘରେ ସାଧାରଣ ଲୋକଙ୍କୁ ମାତ୍ର କିଛି ଟଙ୍କା ଭଡାରେ ରହିବାର ସୁଯୋଗ ମଧ୍ୟ ଦେଉଛନ୍ତି | ଆଉ ଆଜି ଆମେ ଆପଣଙ୍କୁ ସେହି ସେଲିବ୍ରିଟିମାନଙ୍କ ଘର ବିଷୟରେ କହିବୁ, ଯେଉଁଠାରେ ଆପଣ ମଧ୍ୟ ରହିପାରିବେ | ଆଉ ନିଜ ଯାତ୍ରାକୁ ସ୍ମରଣୀୟ କରିପାରିବେ | ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଦିଲ୍ଲୀ ବଙ୍ଗଳା ବହୁତ ସୁନ୍ଦର।

କିଛି ଦିନ ପୂର୍ବରୁ ସେ ଦିଲ୍ଲୀର ଏହି ବଙ୍ଗଳାରେ ରହିବାକୁ ଲୋକଙ୍କୁ ସୁଯୋଗ ଦେଇଥିଲେ। ସୂଚନା ଥାଉ କି ଯେ ତାଙ୍କ ପତ୍ନୀ ଗୌରୀ ଖାନ୍ ବୃତ୍ତିରେ ଜଣେ ଇଣ୍ଟେରିୟର ଡିଜାଇନର୍ | ସେ ଏହି ଘରକୁ କିଛି ଦିନ ପୂର୍ବରୁ ଡିଜାଇନ୍ କରିଥିଲେ | ସେ ଲୋକମାନଙ୍କୁ ‘ହୋମ ଉଇଥ ଓପନ୍ ଆର୍ମସ୍ ଅଭିଯାନ’ ଅଧୀନରେ ରହିବାର ସୁଯୋଗ ଦେଇଛନ୍ତି। ସେହିପରି ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଥିବା ଯୁବରାଜ ସିଂଙ୍କ ଘର ମଧ୍ୟ ଜଣେ ଚାହିଁଲେ ବୁକ୍ କରିପାରିବେ |ନିକଟରେ ସେ ଗୋଆରେ ନିଜ ପାଇଁ ଏକ ଘର କିଣିଥିଲେ। କିଛି ଦିନ ପୂର୍ବରୁ ସେ ଏହି ଘରେ ସାଧାରଣ ଲୋକ ରହିପାରିବେ ବୋଲି ଘୋଷଣା କରିଥିଲେ।

ଆପଣ ଚାହିଁଲେ ଏକାସାଙ୍ଗରେ ତିନିଟି ବେଡ଼ରୁମ ଥିବା ରୁମ ଭଡା ନେଇପାରିବେ | ଏହି ଅଫର ୧୪-୧୬ ଅକ୍ଟୋବର ମଧ୍ୟରେ ଥିବାବେଳେ ଦୁଇ ରାତି ପାଇଁ ଆପଣଙ୍କୁ ରାତି ପିଛା ଭଡା ମାତ୍ର ୧୨୧୨ ଟଙ୍କା ରଖାଯାଇଛି | ସଙ୍ଗୀତ ନିର୍ଦ୍ଦେଶକ ବିଶାଲଙ୍କର ମଧ୍ୟ ଗୋଆରେ ଏକ ଘର ରହିଛି | ବାସ୍ତବରେ ଏହା ତିନିଟି ବେଡ଼ରୁମ ବିଶିଷ୍ଟ ଏକ ବିଳାସପୂର୍ଣ୍ଣ ଭିଲ୍ଲା ହୋଇଥିବାବେଳେ ଏଠାରେ ରହିବାର ଭଡା ହେଉଛି ରାତି ପିଛା ୩୫ ହଜାର ଟଙ୍କା |

ସମ୍ବନ୍ଧିତ ଖବର