ମଣିଷ ଶରୀରରେ ଅନେକଗୁଡ଼ିଏ ରହସ୍ୟା ଲୁଚି ରହିଛି। ଶରୀରର କେଉଁ ଅଙ୍ଗରେ କ’ଣ କରିବା ଦ୍ୱାରା କି କି ରୋଗ ହେବ ନାହିଁ ସେ ସଂପର୍କରେ ପୂର୍ବରୁ ଅନେକ ଥର ପଢ଼ିଛେ। ଆସନ୍ତୁ ଜାଣିବା ହାତର ବୁଢ଼ା ଆଙ୍ଗୁଠିକୁ ଫୁଙ୍କିବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ। ବେଳେ ଆମେ ନିଜେ ନିଜକୁ ଯେତିକି ସାହାଯ୍ୟ କରିଥାନ୍ତି କୌଣସି ଔଷଧ ମଧ୍ୟ ସେତିକି ସାହାଯ୍ୟ କରିପାରେ ନାହିଁ।
ଆମେ ସମସ୍ତେ ଜାଣନ୍ତି ତଣ୍ଟି ଦରଜ ହେଲେ ଗରମ ପାଣି କରି ଗଳଗଳ(ଗର୍ଗଲିଂ) କରିଦେଲେ ଏହା କମ୍ ହୋଇଥାଏ। ମାତ୍ର ଆହୁରି ବି ଏକ ସୁବିଧା ଉପାୟ ଅଛି। ଯାହା ଦ୍ୱାରା ଖୁବ୍ ସହଜରେ ଆମେ ତଣ୍ଟି ଦରଜ କମ୍ କରିପାରିବା। ପ୍ରତି ଘଣ୍ଟାଏ ଅନ୍ତରରେ ଥରେ ମହୁ ପକା ନାଲି ଚା’ ପିଅନ୍ତୁ। ଏହା ସହଜରେ କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ। ଏପରି କରିବା ଦ୍ୱାରା ତଣ୍ଟି ଦରଜ ଖୁବ୍ ସହଜରେ ଭଲ ହୋଇଥାଏ।
/sambad/media/post_attachments/wp-content/uploads/2018/03/images-1-23.jpg)
ଯଦି ଆପଣ ଦିନ ସାରା ପ୍ରବଳ କାମ ଚାପରେ ରହି ଥକି ପଡ଼ିଛନ୍ତି ତେବେ କିଛି ପାଣିରେ କିଛି ବରଫ ମିଶାଇ ସେହି ପାଣିକୁ ମୁହଁକୁ ବାରମ୍ବାର ଛାଟନ୍ତୁ। ଏହା ଛଡ଼ା ଆଖିକୁ ଆଞ୍ଜୁଳା ଆଞ୍ଜୁଳା ପାଣି ଛାଞ୍ଚି ସଫା ଧୋଇ ଦିଅନ୍ତୁ। ଦେଖିବେ ଏପରି କଲେ ଖୁବ୍ ଆରାମ ମିଳେ।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ ଯେ ଦାନ୍ତ ଦରଜର ଉପଚାର ହାତରେ ରହିଛି। ଯଦି ଆପଣଙ୍କ ଦାନ୍ତ ଦରଜ ହୋଇଛି ତେବେ କିଛି ବରଫ ଆଣି ପାପୁଲିରେ ଦୀର୍ଘ ସମୟ ଧରି ଘଷନ୍ତୁ। ଏପରି କରିବା ଦ୍ୱାରା ହାତରୁ ଦାନ୍ତ ପର୍ଯ୍ୟନ୍ତ ଥିବା ସଂଯୋଗରେ ଦରଜ କମ୍ ହୋଇଥାଏ।
ଯଦି ପ୍ରବଳ ମାତ୍ରାରେ ମୁଣ୍ଡ ବିନ୍ଧା ହଉଛି ତାହାଲେ ବି ବିନା ଔଷଧରେ ଆପଣ ଉପଶମ ପାଇପାରିବେ। ମୁଣ୍ଡ ବିନ୍ଧା ହେଉଥିଲେ କିଛି ଗରମ ପାଣିରେ ମେଥୋ ବାମ ମିଶ୍ରଣ କରି ସେ ପାଣି ସାମ୍ନାରେ ମୁହଁ ରଖି ବାମ୍ପକୁ ନାକ ପଟେ ଟାଣିକି ନିଅନ୍ତୁ। ଦେଖିବେ ମୁଣ୍ଡବିନ୍ଧା ଏକଦମ କରିଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/images-39.jpg)