‘ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର; ଗୁରୁ ସାକ୍ଷାର ପରମବ୍ରହ୍ମ ତୈସ୍ମୈସେ ଗୁରବେ ନମଃ’
ଏହାର ଅର୍ଥ ଗୁରୁ ହେଉଛନ୍ତି ସ୍ୱୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ଚଳନ୍ତି ପ୍ରତିମା। ଗୁରୁ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ। ସେହି ଗୁରୁଙ୍କୁ ମୋର ପ୍ରଣାମ। ଯୁଗେ ଯୁଗେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜି ହେଉଛି ଗୁରୁ ପୂର୍ଣ୍ଣିମା। ଏହି ଗୁରୁ ପୂର୍ଣ୍ଣିମା ବି ଜଣେ ମହାନ ଗୁରୁଙ୍କ ଜନ୍ମ ଦିବସ। ସେହି ମହାନ ଗୁରୁ ଜଣକ ହେଉଛନ୍ତି ବ୍ୟସଦେବ। ଏହି ପୂର୍ଣ୍ଣିମାକୁ ବ୍ୟାସ୍ ପୂର୍ଣ୍ଣିମା ବୋଲି ବି କୁହାଯାଏ। ତେବେ, ଚାଲନ୍ତୁ ଆଜି ଜାଣିବା ଜଣେ ବ୍ୟକ୍ତିର ଜୀବନରେ କେଉଁ କେଉଁ ଗୁରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତି। କେଉଁମାନଙ୍କୁ ସମ୍ମାନ ଦେବା ଉଚିତ।
ମାଆ ହେଉଛିନ୍ତି ପ୍ରତ୍ୟେକଙ୍କ ଜୀବନର ପ୍ରଥମ ଗୁରୁ। ଯିଏ ନିଜ ମାଆଙ୍କୁ ସମ୍ମାନ ଦେଇ ଜାଣେନଦା ସେ କାହାକୁ ସମ୍ମାନ କରିବା ଶିଖି ପାରେନା।
ମାଆଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି ସେ ହେଉଛନ୍ତି ଶିକ୍ଷା ଗୁରୁ। ଯିଏ ଆମକୁ ଶିକ୍ଷା ଦାନ କରନ୍ତି ତାଙ୍କ ସ୍ଥାନ ବି ଅପୁରଣୀୟ।
/sambad/media/post_attachments/wp-content/uploads/2018/07/5b9f5faf57fa091bc56763bd6d166f52_1499400882-300x160.jpg)
ସେହିପରି ଅନ୍ୟ ଜଣେ ଗୁରୁ ହେଉଛନ୍ତି ସଦ୍ଗୁରୁ। ଜୀବନରେ ଉଚିତ୍ ମାର୍ଗରେ ଚାଲିବା ପାଇଁ ସଦ୍ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ଏମାନଙ୍କ ବ୍ୟତୀତ କେହି ଯଦି କିଛି ଆପଣଙ୍କୁ ଉତ୍ତମ ଶିକ୍ଷା ଦେଉଛନ୍ତି ବା ଭୁଲ୍, ଠିକ୍ ଭିତରର ପାର୍ଥକ୍ୟ ବୁଝାଉଛନ୍ତି ସେ ବି ଗୁରୁ ହୋଇଥାନ୍ତି।
କାର୍ଯ୍ୟାନୁଷ୍ଠାନରେ ବି ବେଳେ ବେଳେ ଗୁରୁଙ୍କ ସହ ସାକ୍ଷାତ ହୁଏ। କେବଳ ଖଡ଼ି ଧରି ପାଠ ପଢ଼ାଇଥିବା ଲୋକଟେ ଯେ ଗୁରୁ ତାହା ନୁହେଁ, ଶିକ୍ଷା ପ୍ରଦାନକାରୀ ଯେ କେହି ଗୁରୁ ପଦବାଚ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/8601848df9fe6abaf4f63297252d87a5_1499400888.jpg)