ଏସବୁ ଲକ୍ଷଣ ଦେଖାଗଲେ ,ଜାଣିବେ ଆପଣ ହରମୋନ୍‌ ଅସନ୍ତୁଳନର ଶିକାର ହୋଇଛନ୍ତି!

ନିମ୍ନୋକ୍ତ ଶାରୀରିକ ପରିବର୍ତ୍ତନ ବା ଲକ୍ଷଣ ଦେଖାଗଲେ ଜାଣିବେ ଆପଣ ହରମୋନ୍‌ ଅସନ୍ତୁଳନର ଶିକାର ହୋଇଛନ୍ତି।
– ଯେତେବେଳେ ଆପଣଙ୍କ ଶରୀର ନିଜର କାର୍ଯ୍ୟଗୁଡିକୁ ନିଜେ କରିବାରେ ସକ୍ଷମ ହୁଏନା, ଏଥିପାଇଁ ଅନ୍ୟ କାହାର ସହାୟତା ଲୋଡ଼ିଥାଏ ।
– ମହିଳାମାନଙ୍କର ମାସିକ ଋତୁୁସ୍ରାବରେ ଅନିୟମିତତା ହେଲେ ଜାଣିବେ ଯେ ହରମୋନ୍‌ ଅସନ୍ତୁଳନର ସମସ୍ୟା ରହିଛି ।
– ଯଦି କେଶ ଝଡ଼ୁଥାଏ ବା ଚନ୍ଦାପଣର ଶିକାର ହେଉଥାଆନ୍ତି ତେବେ ଏହା ବି ହରମୋନ୍‌ ଅସନ୍ତୁଳନ ଯୋଗୁଁ ହୋଇଥାଏ ।
– ମୁହଁରେ କଳାଦାଗ ଦେଖାଗଲେ, ଜାଣିବେ ହରମୋନ୍‌ ଅସନ୍ତୁଳନର ଶିକାର ହୋଇଛନ୍ତି ।
– ଯଦି ଛାତିର ଆକାରରେ ଅସାଧାରଣଭାବେ ବୃଦ୍ଧି ଘଟେ, ତେବେ ବି ଏହା ଏକ ଲକ୍ଷଣ ।
-ଯେଉଁମାନଙ୍କ ଶରୀରରୁ ମାତ୍ରାଧିକ ଝାଳ ବାହାରେ ସେମାନେ ମଧ୍ୟ ହରମୋନ୍‌ ଅସନ୍ତୁଳନ ଦ୍ୱାରା ପୀଡ଼ିତ ବୋଲି ଧରିବାକୁ ହେବ।
– ନିଜର ଓଜନ ଅସାମାନ୍ୟ ଭାବେ ଯଦି ନିୟମିତ ବୃଦ୍ଧି ପାଏ, ଅଥବା ହ୍ରାସ ପାଏ, ତେବେ ତାହାର କାରଣ ବି ହୋଇପାରେ ହରମୋନ୍‌ ଅସନ୍ତୁଳନ ।
-ଯଦି ଶରୀରରେ ମାତ୍ରାଧିକ ଲୋମ ସୃଷ୍ଟି ହେଉଥିବା ତେବେ ତାହା ବି ହରମୋନ୍‌ ଅସନ୍ତୁଳନ ଯୋଗୁଁ ହୋଇପାରେ ବୋଲି ଆଶଙ୍କା ଉପୁଜିଥାଏ।

ସମ୍ବନ୍ଧିତ ଖବର