ମେଷ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ ହେବ। ନୂଆ ଦାୟିତ୍ବ ନେବାରେ ସଂକୋଚ କରିପାରନ୍ତି। ଛାତ୍ରଛାତ୍ରୀ ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ବୃଷ: ଆପଣଙ୍କ କାର୍ଯ୍ୟସୂଚୀ ପରିବର୍ତ୍ତନ କରିପାରନ୍ତି। କୌଣସି କଥାକୁ ନେଇ ଭାବପ୍ରବଣ ହେବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଅବିସ୍ମରଣୀୟ ହେବ।
ମିଥୁନ: ଆପଣ ନିଜ ଆତ୍ମବିଶ୍ବାସର ଆନନ୍ଦ ନିଅନ୍ତୁ। ସାମାଜିକ କାର୍ଯ୍ୟ କରିବା ଲାଗି ଇଚ୍ଛା ହେବ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯିବ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ୍ୟ ବଢ଼ିବ।
କର୍କଟ: ବ୍ୟବସାୟ କାମରେ ଅନ୍ୟର ସାହାଯ୍ୟ ମିଳିବ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ସ୍ବାସ୍ଥ୍ୟ ଠିକ୍ ରହିବ। କଳା କ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଭାବିବେ।
ସିଂହ: ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ପାରିବାରିକ ବିବାଦ ଠାରୁ ଦୂରରେ ରୁହନ୍ତୁ। ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
କନ୍ୟା: ଲକ୍ଷ୍ୟ ପୂରା କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ ଅଫିସ କାମରେ ଦୂର ସ୍ଥାନକୁ ପଠାଇ ପାରନ୍ତି।
ତୁଳା: ଅଫିସରେ ଆପଣଙ୍କ ମତ ରଖିବାରେ ସୁଯୋଗ ପାଇବେ। ପଇସାକୁ ନେଇ ଆପଣଙ୍କ ଚିନ୍ତା ଦୂର ହୋଇପାରେ। ବିଶେଷ ଉତ୍ସରୁ ଲାଭ ମିଳିବାର ଯୋଗ ଅଛି। ସୁଖ ଶାନ୍ତି ବଢ଼ିବ।
ବିଛା: ପରିବାର ଲୋକଙ୍କର ଉତ୍ସାହ ବଜାୟ ରହିବ। ବାପାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ। ଚାକିରିରେ ଉନ୍ନତିର ଯୋଗ ଅଛି। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।
ଧନୁ: କାରବାରରେ ଲାଭ ମିଳିବ। ବିଶେଷ କାମ ନେଇ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବେ। ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ।
ମକର: ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। ସ୍କୁଲ ଜୀବନର ସାଙ୍ଗ ସହିତ ଦେଖା ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ବୈବାହିକ ଜୀବନରେ ସୁଖ ମିଳିବ।
କୁମ୍ଭ: ଆପଣଙ୍କ ମନ ସୃଜନଶୀଳ କାମରେ ଲାଗି ରହିବ। କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିପାରନ୍ତି। ଦାମ୍ପତ୍ୟ ସୁଖ ପ୍ରାପ୍ତ ହେବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସଂପୂର୍ଣ୍ଣ ଫଳ ମିଳିବ।
ମୀନ: ଲୋକେ ଆପଣଙ୍କ କଥା ଶୁଣିବାକୁ ଉତ୍ସୁକ ରହିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ନୂଆ ସୁଯୋଗ ମିଳିପାରେ। ପାରିବାରିକ ଜୀବନ ଶାନ୍ତିମୟ ହେବ।