ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହିତ ବସି କଥା ହେବେ। ଅଚାନକ ଧନ ଆସିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ଆପଣଙ୍କୁ ବଡ଼ ସଫଳତା ମିଳିବାର ଯୋଗ ଅଛି।

ବୃଷ: ଆଧ୍ୟାତ୍ମିକ ଓ ଧାର୍ମିକ ପ୍ରସଙ୍ଗରେ ରୁଚି ବଢ଼ିବ। ଜମି ସମ୍ବନ୍ଧୀୟ କାମରେ ଅର୍ଥ ଲଗାନ୍ତୁ ଲାଭ ହେବ। ଚାକିରିଆ ଆଗକୁ ବଢ଼ିବାର ମଉକା ପାଇବେ।

ମିଥୁନ: ଆପଣଙ୍କ ଆୟରେ ବୃଦ୍ଧି ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ। ଆପଣଙ୍କର ସଂପୂର୍ଣ୍ଣ ଧ୍ୟାନ କାମ ପୂରା କରିବାରେ ରହିବ। କଣ୍ଠଶିଳ୍ପୀଙ୍କୁ ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିବ।

କର୍କଟ: ସହକର୍ମୀଙ୍କ ସହଯୋଗରେ ନିର୍ଦ୍ଧାରିତ ସମୟରେ କାମ ପୂରା କରିନେବେ। ମହିଳାମାନେ କିଣାକିଣି କରିବେ। ଛାତ୍ରଛାତ୍ରୀ କଂପ୍ୟୁଟର ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।

ସିଂହ: ଆପଣ ଅଧିକ ଲୋକଙ୍କ ସହିତ ଯୋଡ଼ିହେବେ। ଭବିଷ୍ୟତର ଯୋଜନା ପ୍ରସ୍ତୁତିରେ ବ୍ୟସ୍ତ ରହିବେ। ଉପରିସ୍ଥ କର୍ମଚାରୀଙ୍କ ଠାରୁ କାମରେ ସହାୟତା ପାଇବେ।

କନ୍ୟା: ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ ହେବ। ଜୀବନସାଥୀ ଆପଣଙ୍କ ଠାରୁ ପରାମର୍ଶ ନେବେ। ନିଜର ଖର୍ଚ୍ଚ ଉପରେ ଟିକେ ଦୃଷ୍ଟି ଦିଅନ୍ତୁ।

ତୁଳା: କୌଣସି ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। କାର୍ଯ୍ୟରେ ଭାଗ୍ୟର ସହାୟତା ମିଳିବ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ।

ବିଛା: ଆପଣ ଯେତେ ପରିଶ୍ରମ କରିବେ ଆଗାମୀ ଦିନରେ ସେତେ ଲାଭ ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ବନ୍ଧୁମାନଙ୍କ ସହିତ ରାତ୍ରିଭୋଜନ କରିବେ।

ଧନୁ: ବେପାରରେ ଅନ୍ୟ ଦିନ ଅପେକ୍ଷା ଯଥେଷ୍ଟ ଲାଭ ହେବ। ସନ୍ତାନର ସଫଳତାରେ ଆପଣଙ୍କ ମନ ପ୍ରସନ୍ନ ରହିବ। ପରୀକ୍ଷା ଫଳ ଆପଣଙ୍କ ସପକ୍ଷରେ ଆସିବ।

ମକର: ଆପଣଙ୍କ ଆର୍ଥିକ ସ୍ଥିତିରେ ଭଲ ପରିବର୍ତ୍ତନ ହେବ। ସୁସ୍ଥ ରହିବା ପାଇଁ ଖାଦ୍ୟର ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କୁମ୍ଭ: ଅଧୁରା କାମ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। କୌଣସି ଉଦ୍ୟୋଗରୁ ଚାକିରି ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ମୀନ: ଚାକିରି ଅନ୍ବେଷଣ ସମାପ୍ତ ହେବ। ବନ୍ଧୁ ସହିତ ସମ୍ବନ୍ଧ ମଜଭୁତ ହେବ। ଜୀବନସାଥୀ ଆପଣଙ୍କୁ ପ୍ରସନ୍ନ କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ।

ସମ୍ବନ୍ଧିତ ଖବର