ମେଷ: ସବୁ କାମ ବିନା ବାଧାରେ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀର ପୂରା ସହଯୋଗ ପାଇବେ। ପରିବାରରେ ସୁଖସୌଭାଗ୍ୟ ବୃଦ୍ଧି ହେବ। ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକରେ ଅଧିକ ଲାଗି ରହିବ।
ବୃଷ: ପାରିବାରିକ ମାମଲାରେ ଅଧିକ ଯାଆସ କରିବାକୁ ପଡ଼ିପାରେ। ନୂଆ କାମ କରିବା ଯୋଗୁଁ ପରିବାର ଲୋକ ଆପଣଙ୍କ ଉପରେ ଖୁସି ହେବେ। କୌଣସି ପୁରୁଣା କଥା ଅଶାନ୍ତି ସୃଷ୍ଟି କରିପାରେ।
ମିଥୁନ: କୌଣସି କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ହୋଇପାରେ। ଆପଣ ଟିକେ ସାବଧାନ ରହିବା ଦରକାର। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ପରିବାରରେ ଖୁସିର ବାତାବରଣ ବଜାୟ ରହିବ।
କର୍କଟ: ଅନ୍ଲାଇନ୍ ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ଅଫିସ୍ କାମରେ ପ୍ରଶଂସା ପାଇବେ। ବିବାହିତ କୌଣସି ଭଲ ଜାଗାକୁ ବୁଲି ଯାଇପାରନ୍ତି। ଜୀବନସାଥୀ ଆପଣଙ୍କୁ ଖୁବ୍ ସୁନ୍ଦର ଉପହାର ଦେବେ।
ସିଂହ: ଅଚାନକ ଧନପ୍ରାପ୍ତ ହୋଇପାରେ। ଜରୁରୀ କାମରେ ଯାତ୍ରା କରିବାକୁ ପଡ଼ିପାରେ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହେବେ। ପୁରୁଣା ବନ୍ଧୁ ସହିତ ମିଶି ମନଖୁସି ହୋଇଯିବ।
କନ୍ୟା: କାହାରି ଉପରେ ରାଗନ୍ତୁ ନାହିଁ। ଅନ୍ୟଥା ଅସୁବିଧାରେ ପଡ଼ି ଯାଇପାରନ୍ତି। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ଠାରୁ ସମ୍ମାନ ପାଇବେ।
ତୁଳା: ଘରୋଇ ସମସ୍ୟା ସମଧାନ କରିବାରେ ସଫଳ ରହିବେ। ଜୀବନସାଥୀର ପୂରା ସହଯୋଗ ପାଇବେ। ଅଫିସ୍ରେ କିଛି ନୂଆ କାମ କରିପାରନ୍ତି। ବନ୍ଧୁ ମାଧ୍ୟମରେ ଧନଲାଭ ହେବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।
ବିଛା: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ। ଛାତ୍ରଛାତ୍ରୀଙ୍କର ପଢ଼ିବାରେ ମନ ଲାଗିବ। କିଛି ମହତ୍ତ୍ବପୂର୍ଣ୍ଣ ପ୍ରଶ୍ନର ସମାଧାନ ହୋଇଯିବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ଆସିବ।
ଧନୁ: ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ପୁରୁଣା ବନ୍ଧୁ ସହିତ ଦେଖା ହୋଇପାରେ। ଆପଣଙ୍କ କଥାରେ ଲୋକେ ସହମତ ହେବେ। ବେପାରରେ ଗତି ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।
ମକର: ଦିନଟି ଲାଭପ୍ରଦ ରହିବ। ଭାଇ ଭଉଣୀଙ୍କୁ ଭଲ ଉପହାର ଦେବେ। ଇଂଜିନିୟର୍ସଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଛାତ୍ରଛାତ୍ରୀଙ୍କ କ୍ୟାରିୟର୍ରେ ପରିବର୍ତ୍ତନ ଆସିବ। ସ୍ବାସ୍ଥ୍ୟ ଭଲ ରହିବ।
କୁମ୍ଭ: ରାଜନୀତିକ ନେତା କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ବନ୍ଧୁ ସାହାଯ୍ୟରେ କାରବାରରେ ସ୍ଥିତି ଭଲ ହେବ। ଧାର୍ ନେବା ଦେବାରେ ନିବୃତ୍ତ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ମୀନ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆପଣଙ୍କ ଆଖପାଖର ଲୋକଙ୍କ ଉଦ୍ଦେଶ୍ୟକୁ ସହଜରେ ବୁଝିନେବେ। ଆପଣଙ୍କ କାମରେ ସାମାଜିକ ସଂପର୍କରୁ ଲାଭ ନେଇ ପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।