ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କୁ ପରିଶ୍ରମ ଅନୁସାର ଧନଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। କାରବାରରେ ଲାଗି ରହିଥିବା ବାଧା ବାପାଙ୍କ ସହଯୋଗରେ ସମାପ୍ତ ହୋଇଯିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

ବୃଷ: ନୂଆ କାମ କରିବା ଲାଗି ଦିନଟି ଶୁଭ। ଅଚାନକ ଧନଲାଭ ହେବ। ପିଲାମାନେ କିଛି ନୂଆ କରିବାକୁ ଭାବିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ବିତିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ ରହିବ।

ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଯାହା ଭାବିନାହାନ୍ତି ସେହି କାମ ବି ପୂରା ହୋଇ ଯାଇପାରେ। ଆପଣଙ୍କ ମନର ଚିନ୍ତା ସମାପ୍ତ ହେବ। ରୁଷ୍ଟ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ।

କର୍କଟ: ପରିବାରରେ ତାଳମେଳ ବନାଇ ରଖନ୍ତୁ ସବୁ ଭଲ ହେବ। କୌଣସି କାମରେ ବନ୍ଧୁର ସାହାଯ୍ୟ ପାଇବେ। ବେପାରରେ ଲାଭ ହେବ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ସମୟ ଦେବା ଦରକାର।

ସିଂହ: ବେପାରରେ ପ୍ରତିଦିନ ଅପେକ୍ଷା ଅଧିକ ଲାଭ ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପିଲା ମାଆ ସହିତ ଉଦ୍ୟାନକୁ ବୁଲିଯିବେ।

କନ୍ୟା: କୌଣସି ବନ୍ଧୁ ମାଧ୍ୟମରେ ବେପାରରେ ଲାଭ ହେବ। ଚାକିରି ବଦଳାଇବାକୁ ଚାହୁଁଥିଲେ କିଛି ଦିନ ଅପେକ୍ଷା କରି ଯାଆନ୍ତୁ। ଗୃହିଣୀମାନେ ଘର କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ।

ତୁଳା: ଚାକିରି ବୃତ୍ତି କ୍ଷେତ୍ରରେ ଟିକେ ସାବଧାନ ରହନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ଆପଣ ନିଜର ଦିନଚର୍ଯ୍ୟା ପରିବର୍ତ୍ତନ କରିବେ। ଜୀବନ ପ୍ରତି ଆପଣଙ୍କର ଦୃଷ୍ଟିକୋଣ ସକାରାତ୍ମକ ରହିବ।

ବିଛା: ରାଜନୀତି ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିବ। ଅନ୍ୟମାନଙ୍କୁ ସାହାଯ୍ୟ କରିବାର ମଉକା ହାତଛଡ଼ା କରନ୍ତୁ ନାହିଁ। କୌଣସି କାମ ତରବରିଆରେ କଲେ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି।

ଧନୁ: ବେପାରରେ ଭାଗ୍ୟର ସହଯୋଗ ପାଇବେ। ଅନ୍ୟମାନଙ୍କ ମଧ୍ୟରେ ଆପଣଙ୍କର ପ୍ରଭାବ ବଢ଼ିବ। ସୋଫ୍ଟୱୟର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ।

ମକର: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରର ବାତାବରଣ ଭଲ ରହିବ। ଜୀବନସାଥୀ ଆପଣଙ୍କ ପସନ୍ଦର ପୋଷାକ ଦେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

କୁମ୍ଭ: ବେପାରରେ ଯଥେଷ୍ଟ ଲାଭ ହେବ। ଭାଇ ଭଉଣୀଙ୍କ ଠାରୁ କୌଣସି କାମରେ ସାହାଯ୍ୟ ନେଇପାରନ୍ତି। ଧନଲାଭର ଅବସର ପ୍ରାପ୍ତ ହେବ। ଜୀବନସାଥୀ ସହ ସମୟ ଅତିବାହିତ କରିବେ।

ମୀନ: ଘରର ମାହୋଲ୍‌ ସୁଖଶାନ୍ତି ଭରା ରହିବ। ପରିସ୍ଥିତି ସହିତ ଭଲ ଭାବେ ତାଳମେଳ ବନାଇ ନେବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକମାନଙ୍କୁ ପସନ୍ଦ ହେବ। ଯାନ ସାବଧାନତାର ସହ ଚଳାନ୍ତୁ।

ସମ୍ବନ୍ଧିତ ଖବର