ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। କୌଣସି ବନ୍ଧୁ ଆପଣଙ୍କ ଲାଗି ଉପହାର ନେଇ ଆସିବେ। ସନ୍ତାନ ପକ୍ଷରୁ ସୁଖଦ ଖବର ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ।

ବୃଷ: ପୂର୍ବରୁ ଲାଗି ରହିଥିବା ପରିବାରରେ ମତଭେଦ ଦୂର ହେବ। ଅଚାନକ ଧନଲାଭ ହେବ। ନୂଆ ଯାନ କିଣିବାର ବିଚାର ପରିବାର ସହିତ କରିବେ। ଘରେ ଛୋଟିଆ ସମାରୋହର ଆୟୋଜନ କରିପାରନ୍ତି।

ମିଥୁନ: ଲେଖକଙ୍କର କୌଣସି ପୁସ୍ତକ ପ୍ରକାଶିତ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଚାକିରିଜୀବୀଙ୍କୁ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ସୁଯୋଗ ମିଳିବ। ପ୍ରେମୀଯୁଗଳ ଦୀର୍ଘ ସମୟ ଫୋନ୍‌ରେ କଥା ହେବେ।

କର୍କଟ: ବିଦ୍ୟୁତ୍ ବ୍ୟବସାୟୀଙ୍କର ଆମଦାନୀରେ ବୃଦ୍ଧି ହେବ। ଆପଣଙ୍କ ପିଲା କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। ଆପଣ କୌଣସି ବିଶେଷ ବନ୍ଧୁର ସ୍ବାଗତ ସତ୍କାରରେ ବ୍ୟସ୍ତ ରହିବେ।

ସିଂହ: ଦିନଟି ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ କରିବାରେ ବିତିବ। ଧନଲାଭର ମଉକା ହାତକୁ ଆସିବ। ରାଜନୀତିକ ଲୋକ ସାମାଜିକ କାର୍ଯ୍ୟରେ ରୁଚି ନେବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ।

କନ୍ୟା: ମିଡିଆ ‌କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ସନ୍ତାନ ପକ୍ଷରୁ ଆପଣଙ୍କୁ ସୁଖଦ ଅନୁଭୂତି ହେବ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ଶତ୍ରୁ ଆପଣଙ୍କୁ ପରାସ୍ତ କରିବା ଲାଗି ଚେଷ୍ଟା କରିବେ।

ତୁଳା: ଅଫିସ୍‌ରେ ଫୋନ୍‌ର ଉପଯୋଗ କମ୍ କରନ୍ତୁ। ବ୍ୟବସାୟରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଚାକିରିରେ ବେତନ ବୃଦ୍ଧିର ଯୋଗ ଅଛି। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ବିଛା: ଧର୍ମ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ସୁସ୍ଥ ରହିବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ।

ଧନୁ: ସାମାଜିକ କାର୍ଯ୍ୟରେ ଆପଣ ଯୋଗଦାନ ଦେବେ। ଦାମ୍ପତ୍ୟ ଜୀବନରେ ଆପୋସ ତାଳମେଳ ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। କାହାରି ଠାରୁ ନେଇଥିବା ଧାର ଫେରସ୍ତ କରିବେ।

ମକର: ଅନ୍‌ଲାଇନ୍‌ରେ ଆପଣଙ୍କୁ ବଡ଼ ଅର୍ଡର ମିଳିବ। କୌଣସି କାମରେ ବିରୋଧୀ ଆପଣଙ୍କୁ ପରାମର୍ଶ ମାଗିବେ। ସନ୍ତାନ ପକ୍ଷରୁ ଆପଣଙ୍କୁ ଭଲ ଖବର ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

କୁମ୍ଭ: ଆମଦାନୀ ଅପେକ୍ଷା ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହେବ। ଯାନ ଚଳାଇବା ସମୟରେ ଫୋନ୍‌ର ବ୍ୟବହାର କରନ୍ତୁ ନାହିଁ। ରାସ୍ତାରେ ଯିବା ସମୟରେ କୌଣସି ଲାଭକାରୀ ସାକ୍ଷାତ୍‌ ହେବ।

ମୀନ: କୌଣସି କାମରେ ଆପଣଙ୍କ ପ୍ରଯତ୍ନର ସଫଳ ରହିବେ। ଯାନ ନେବାର ଅବସର ଆପଣଙ୍କୁ ମିଳିବ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।

ସମ୍ବନ୍ଧିତ ଖବର