ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କର ସହଯୋଗ ପାଇବେ। ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ବନ୍ଧୁ ସହିତ ମିଶି ମଉଜମସ୍ତି କରିପାରନ୍ତି।

ବୃଷ: ନିଜର ପରିସର ବଢ଼ାଇବା ଲାଗି ଯଥାସମ୍ଭବ ଚେଷ୍ଟା କରିବେ। କାର୍ଯ୍ୟକ୍ଷେତ୍ରରେ ବନ୍ଧୁ ଠାରୁ ଆର୍ଥିକ ସାହାଯ୍ୟ ମିଳିପାରେ। ବିଲଡର୍ସଙ୍କୁ ଧନଲାଭ ହେବ। ଜୀବନସାଥୀ ଆପଣଙ୍କୁ ଖୁସି ଖବର ଶୁଣାଇବେ।

ମିଥୁନ: ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। କୌଣସି କାମର ଯୋଜନା ସଂପୂର୍ଣ୍ଣ ହୋଇଯିବ। ପଦୋନ୍ନତିର ସୁଯୋଗ ଆସିପାରେ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

କର୍କଟ: ପୂଜାପାଠରେ ସମୟ ବିତିବ। ସୁସମ୍ବାଦ ପାଇବେ। ଅଧୁରା କାମରେ ସହଯୋଗୀର ସାହାଯ୍ୟ ମିଳିପାରେ। ଆର୍ଥିକ ସମସ୍ୟା ସମାପ୍ତ ହୋଇଯିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

ସିଂହ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ କାମରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଅନ୍‌ଲାଇନ୍‌ରେ ନିଜ ଲାଗି କିଛି ଜିନିଷ ଅର୍ଡର କରିପାରନ୍ତି। ପ୍ରେମ ଜୀବନ ଭଲ ରହିବ।

କନ୍ୟା: ନିଜକୁ ଶକ୍ତିବାନ ଅନୁଭବ କରିବେ। ଇଂଜିନିଅର ଠିକ୍ ଭାବେ ଅଭିଜ୍ଞତାର ପ୍ରୟୋଗ କରିବେ। ଜରୁରୀ କାମରେ ଜୀବନସାଥୀର ପରାମର୍ଶ ଲାଭପ୍ରଦ ସାବ୍ୟସ୍ତ ହେବ। ଚାକିରି ପାଇଁ ଭଲ ପ୍ରସ୍ତାବ ପାଇବେ।

ତୁଳା: ଅଫିସରେ ଅଧୁରା କାମ ପୂରା ହୋଇପାରେ। ବେପାରରେ ଯୋଜନାବଦ୍ଧ କୌଶଳରେ କାମ କରିବେ। ବିଲ୍‌ଡର୍ସଙ୍କୁ ଅଚାନକ ଲାଭ ହେବ।

ବିଛା: ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। କର୍ତ୍ତୃପକ୍ଷଙ୍କୁ ଖୁସି କରିବା ଲାଗି ଅଧିକ ପରିଶ୍ରମ କରିବେ। ବ୍ୟବସାୟୀଙ୍କୁ ବହୁତ ଭଲ ଅବସର ମିଳିବ।

ଧନୁ: ଆପଣଙ୍କ ବ୍ୟବହାରକୁ ସକାରାତ୍ମକ ବଜାୟ ରଖନ୍ତୁ। ସବୁ କାମ ସଂପୂର୍ଣ୍ଣ ହୋଇଯିବ। ପିଲାଙ୍କ ସହିତ ଜିନିଷ କିଣିବାକୁ ଯିବେ। ଘରକୁ କୁଣିଆ ଆସିବେ।

ମକର: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହେବ। ପୁରୁଣା ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି। ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ଦିନଟି ଶୁଭ।

କୁମ୍ଭ: ବେପାରରେ ଲାଭ ହେବାର ସମ୍ଭାବନା ରହିଛି। ଇଲେକ୍ଟ୍ରୋନିକ୍‌ ଜିନିଷ ଉପରେ ଖର୍ଚ୍ଚ କରିବେ। କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ବାଣିଜ୍ୟ ଛାତ୍ରୀଙ୍କ ଲାଗି ଦିନଟି ଭଲ।

ମୀନ: ଆପଣଙ୍କ ବ୍ୟବହାରରେ ସଂଯମ ଓ ଧୈର୍ଯ୍ୟର ଛାପ ରହିବ। ଚାକିରିଜୀବୀଙ୍କୁ ଭଲ ସୁଯୋଗ ମିଳିବ। ଗୁରୁତ୍ବପୂର୍ଣ୍ଣ କାମ ନେଇ ବାପାମାଆଙ୍କର ପରାମର୍ଶ ନିଅନ୍ତୁ। ପ୍ରେମ ଜୀବନ ମଧୁର ହେବ।

ସମ୍ବନ୍ଧିତ ଖବର