ମେଷ: ଆପଣ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ପ୍ରେମ ଜୀବନ ଭଲ ରହିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ପରିବାର ଲୋକ ଆପଣଙ୍କୁ କିଛି ମାଗିବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ବାଲ୍ୟବନ୍ଧୁ ଠାରୁ ଫୋନ ଆସିବ।
ମିଥୁନ: କୌଣସି ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯିବେ। କାର୍ଯ୍ୟରେ ବାପାମାଆଙ୍କର ସାହାଯ୍ୟ ପାଇବେ। ପରିବହନ ବ୍ୟବସାୟୀଙ୍କୁ ଅଧିକ ଲାଭ ହେବ।
କର୍କଟ: ମାଆଙ୍କୁ ତାଙ୍କ ପସନ୍ଦର କିଛି ଜିନିଷ ଉପହାର ଦେବେ। ନୂଆ ଇଲେକ୍ଟ୍ରିକ୍ ଯାନ କିଣିବା ଲାଗି ମନ ସ୍ଥିର କରିବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ।
ସିଂହ: ବେପାରର ଗତି ବଢ଼ାଇବା ପାଇଁ ଚେଷ୍ଟା କରିବେ। ଛୋଟ ପିଲାଙ୍କ ପାଇଁ କିଛି ଉପହାର ନେବେ। ପୂର୍ବରୁ ଦେଇ ଆସୁଥିବା କୌଣସି ମାସିକ କିସ୍ତି ପୂରା ହୋଇଯିବ। ପ୍ରେମ ସଂପର୍କ ନିବିଡ଼ ହେବ।
କନ୍ୟା: ନୂଆ ପ୍ରକଳ୍ପ ଆରମ୍ଭ କରିବେ। ପରିବାରର କୌଣସି ସଦସ୍ୟଙ୍କ ବିବାହରେ ଥିବା ବାଧା ଦୂର ହେବ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ।
ତୁଳା: କୋର୍ଟ ମାମଲାରେ ବିଜୟ ଲାଭର ଯୋଗ ଅଛି। ନୂଆ କାମରେ ଆପଣଙ୍କର ରୁଚି ରହିବ। ବିଦ୍ୟାର୍ଥୀ ଲେଖାପଢ଼ାରେ ଅଧିକ ମନ ଦିଅନ୍ତୁ। ସନ୍ତାନ ପକ୍ଷରୁ କୌଣସି ଶୁଭ ଖବର ପାଇବେ।
ବିଛା: ଶ୍ବଶୁର ଘର ସହିତ ରହିଥିବା ମତଭେଦ ଦୂର କରିବାର ମଉକା ପାଇବେ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଘରର ଅତ୍ୟାବଶ୍ୟକ ସାମଗ୍ରୀ କିଣିବେ।
ଧନୁ: କାହାରିକୁ ମନର କଥା କହିବେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀ ଦଳବଦ୍ଧ ପଠନ ପାଇଁ ବିଚାର କରିବେ।
ମକର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଦାମ୍ପତ୍ୟ ଜୀବନରେ ସୁଖ ଓ ସମୃଦ୍ଧିର ସଙ୍କେତ ମିଳିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକ ପଦୋନ୍ନତି ପାଇବେ। ଛାତ୍ରଛାତ୍ରୀଙ୍କୁ ଶୀଘ୍ର ସଫଳତା ମିଳିବ।
କୁମ୍ଭ: ବ୍ୟବସାୟରେ କାହାରି ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ। କଥା କହିବା ସମୟରେ ମିଠା ଭାଷା ପ୍ରୟୋଗ କରନ୍ତୁ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।
ମୀନ: ବେପାରରେ ଭଲ ଲାଭ ପାଇବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯାଇପାରନ୍ତି। ଆପଣଙ୍କ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ପ୍ରେମୀଯୁଗଳ ପରସ୍ପରଙ୍କୁ ମନର କଥା କହିବେ।