publive-imageମେଷ: ଅନ୍ୟମାନଙ୍କର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ। ପରିବାରର ଆବଶ୍ୟକତାକୁ ପୂରା କରିବାକୁ ଚେଷ୍ଟା କରିବେ। ସମାଜରେ ଆପଣଙ୍କର ପ୍ରଭାବ ବଢ଼ିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ‌

Advertisment

publive-imageବୃଷ: ଆୟର ନୂଆ ଉତ୍ସ ଆପଣଙ୍କ ସମ୍ମୁଖକୁ ଆସିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଜୀବନସାଥୀ ଆପଣଙ୍କୁ ପ୍ରଶଂସା କରିବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ। ‌

publive-imageମିଥୁନ: କାରବାରରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ରାସ୍ତା ନଜର ଆସିପାରେ। ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। ବାହନ କିଣିବା ଲାଗି ମନ ବଳିବ। ‌

publive-image

କର୍କଟ: ନୂଆ କାର୍ଯ୍ୟ ଆରମ୍ଭ କରିବା ଲାଗି ଭାବିପାରନ୍ତି। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ରହିବ। ଧାର ଦେବାନେବାରୁ ନିବୃତ୍ତ ରୁହନ୍ତୁ। ‌

publive-imageସିଂହ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ଆପଣଙ୍କୁ ପରିଶ୍ରମର ସନ୍ତୋଷଜନକ ଫଳ ମିଳିବ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ।

publive-imageକନ୍ୟା: ଆର୍ଥିକ ସ୍ଥିତିରେ ଉତ୍‌ଥାନ ପତନ ଲାଗି ରହିବ। ମଉଜ ମଜଲିସର ଭଲ ସୁଯୋଗ ପାଇବେ। ନିଜକୁ ସଠିକ୍ ପ୍ରମାଣିତ କରିବା ଲାଗି ଭଲ ଦିନଟିଏ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

publive-imageତୁଳା: କ୍ୟାରିଅର ବଦଳାଇବା ପାଇଁ ନୂଆ ଅବସର ପାଇବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଆପଣଙ୍କୁ ରାଜନୀତି କ୍ଷେତ୍ରରେ ସଫଳତା ମିଳିପାରେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

publive-imageବିଛା: ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପାରିବାରିକ ଜୀବନର ସବୁ ଚିନ୍ତା ଦୂର ହେବ।

publive-image
ଧନୁ: ମନରେ କୌଣସି କଥା ଦବି ରହିଥିଲେ ସମ୍ମୁଖକୁ ଆଣନ୍ତୁ। କାରବାରରେ ଯଥେଷ୍ଟ ଲାଭ ପାଇବେ। ବନ୍ଧୁ ସହିତ ସମ୍ବନ୍ଧରେ ସୁଧାର ହେବ। ଗବେଷଣା ଛାତ୍ରଙ୍କୁ ସଫଳତା ହାସଲ ହେବ।

publive-image

ମକର: ପୂଜାପାଠରେ ସମୟ ବିତିବ। ସାଧୁସନ୍ଥଙ୍କ ସହିତ ମିଶିବାର ଅବସର ପାଇବେ। ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ। ଆପଣଙ୍କୁ ରୋଜଗାରର ଭଲ ଅବସର ମିଳିବ। ପ୍ରେମ ଜୀବନ ମଧୁର ହେବ।

publive-image

କୁମ୍ଭ: ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। ଧୈର୍ଯ୍ୟପୂର୍ବକ କଥାବାର୍ତ୍ତା କରନ୍ତୁ, ଲାଭ ହେବ। ଆପଣଙ୍କୁ ଶିକ୍ଷାକ୍ଷେତ୍ରରେ ଉନ୍ନତି ମିଳିପାରେ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

publive-image

ମୀନ: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ। କୌଣସି ବଡ଼ କାମ କରିବାରୁ ନିବୃତ୍ତ ରହନ୍ତୁ। ପ୍ରିୟ ଲୋକଙ୍କ ସହିତ ସ୍ବାଦିଷ୍ଠ ଭୋଜନ କରିବେ।