publive-imageମେଷ: ଆପଣଙ୍କୁ ସନ୍ତାନ ସୁଖ ମିଳିବାର ଯୋଗ ଅଛି। ମନ ମୁତାବକ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ। ବନ୍ଧୁ ସହ ବାହାରକୁ ବୁଲିଯିବାର ଯୋଜନା କରିବେ। ବୈବାହିକ ଜୀବନ ସୁଖମୟ ହେବ। ‌

Advertisment

publive-imageବୃଷ: ଭବିଷ୍ୟତ ସମ୍ବନ୍ଧରେ ମାନସମନ୍ଥନ କରିବେ। ଘରକୁ ଅଚାନକ ସମ୍ପର୍କୀୟ ଆସିବେ। କାର୍ଯ୍ୟକ୍ଷେତ୍ରରେ ଲୋକମାନଙ୍କର ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ। ‌

publive-imageମିଥୁନ: ଅଚାନକ କୌଣସି ବନ୍ଧୁ ସହ ସାକ୍ଷାତ ହେବ। ଭଲ ଖବର ପାଇବେ। କାମ ସମ୍ପର୍କିତ ବଡ଼ ନିଷ୍ପତ୍ତି ନେବେ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ। ‌

publive-image

କର୍କଟ: ଅଧୁରା କାମ ସଂପୂର୍ଣ୍ଣ କରିପାରିବେ। ଧନଲାଭର ସୁଯୋଗ ପାଇବେ। ନବବିବାହିତଙ୍କ ଲାଗି ଭଲ ଦିନଟିଏ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ଠାରୁ ବିଶେଷ ମାର୍ଗ ଦର୍ଶନ ମିଳିବ।

publive-imageସିଂହ: ଜୀବନସାଥୀ ସହ ଠାକୁର ଦର୍ଶନ ପାଇଁ ଯିବେ। ନୂଆ ରୋଜଗାର ସୁଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ତା‌ଳମେଳ ବଜାୟ ରଖନ୍ତୁ।

publive-imageକନ୍ୟା: କୌଣସି ନୂଆ କାମର ଯୋଜନା କରିବେ। ଆପଣଙ୍କ ବ୍ୟବହାରରେ ଲୋକେ ବହୁତ ପ୍ରଭାବିତ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ମିଳିବ।

publive-imageତୁଳା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଧୀଶକ୍ତି ବଳରେ ସବୁ କାମ ସମ୍ଭାଳିନେବେ। ସନ୍ତାନ ଶୁଭ ଖବର ଦେବେ। ଜୀବନସାଥୀ ସହ ଧର୍ମାନୁଷ୍ଠାନକୁ ଯିବେ।

publive-imageବିଛା: ବାପାମାଆଙ୍କ ସାହାଯ୍ୟରେ ବିଶେଷ କାମ ସଂପୂର୍ଣ୍ଣ କରିବେ। ଧାର ନେବାଦେବାରୁ ନିବୃତ୍ତ ରୁହନ୍ତୁ। କୌଣସି କ୍ଷେତ୍ରରେ ସଫଳ ହେବା ଯୋଗୁଁ ପ୍ରଶଂସା ପାଇବେ। ପ୍ରେମ ସମ୍ବନ୍ଧ ମଧୁର ହେବ।

publive-image
ଧନୁ: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ବିଶିଷ୍ଟ ବ୍ୟକ୍ତିଙ୍କ ସହ କଥା ହେବେ। କୋର୍ଟ କଚେରି ମାମଲାରେ ଆରାମ ପାଇବେ।

publive-image

ମକର: ଆପଣଙ୍କ ମନ ସକାରାତ୍ମକ ରହିବ। କୌଣସି ଜରୁରୀ କାମରେ ଲାଗି ରହିଥିବା ବାଧାର ସମାଧାନ ବାହାରିବ। ସମାଜରେ ଆପଣଙ୍କ କାମର ଚର୍ଚ୍ଚା ହେବ।

publive-image

କୁମ୍ଭ: ଆପଣଙ୍କ ରଚନାତ୍ମକ ପ୍ରତିଭା ସମସ୍ତଙ୍କ ସମ୍ମୁଖକୁ ଆସିବ। ବିଶେଷ ସୂତ୍ରରୁ ଭଲ ଖବର ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।

publive-image

ମୀନ: ଅଚାନକ ଧନଲାଭ ହେବ। ଜରୁରୀ କାମରେ ଯାତ୍ରା ସଫଳ ହେବ। ଭାଗୀଦାରି ବେପାରରେ ଆପଣଙ୍କୁ ଲାଭ ମିଳିବ। ସାମାଜିକ କାର୍ଯ୍ୟରେ ଆପଣ ଆଗରେ ରହିବେ। ପରିବାରର ଆବଶ୍ୟକତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ।