ମେଷ: ଜରୁରୀ କାମ କରିବା ପୂର୍ବରୁ ଘରର ବୟୋଜ୍ୟେଷ୍ଠଙ୍କ ମତ ନିଅନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ବ୍ୟବସାୟରେ ଆଗକୁ ବଢ଼ିବା ଲାଗି କାହାରି ସାହାଯ୍ୟ ପାଇବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ।
ବୃଷ: ରାଜନୀତିରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ସମାପ୍ତ ହେବ। ପଇସା ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ।
ମିଥୁନ: ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିରତା ବଜାୟ ରହିବ। କଳା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ପୂର୍ବରୁ ଦେଇଥିବା ପରୀକ୍ଷାରେ ସଫଳତା ପାଇବେ।
କର୍କଟ: ବଡ଼ ଲୋକଙ୍କ ସହିତ ସାକ୍ଷାତ ହେବ। ଟ୍ରାଭେଲ ଏଜେନ୍ସି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଭାଷାରେ ସଂଯମ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ସୁଖ ବଜାୟ ରହିବ।
ସିଂହ: ଆପଣଙ୍କୁ ମନ ମୁତାବକ ଫଳ ମିଳିବ। ଅଫିସରେ କୌଣସି କାମର ଦାୟିତ୍ବ ନେବେ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ।
କନ୍ୟା: କନ୍ୟା ଲାଗି ବର ଖୋଜିବା ଅଭିଯାନ ପୂରା ହେବ। କୋର୍ଟ କଚେରି ମାମଲା ନେଇ ଭଲ ଖବର ପାଇବେ। ଜୀବନସାଥୀର ପୂରା ସହଯୋଗ ପାଇବେ।
ତୁଳା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦଳର କୌଣସି ଦାୟିତ୍ବ ଗ୍ରହଣ କରିବେ। ଜନତାଙ୍କ ମଧ୍ୟରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ଲାଭ ବଢ଼ିବ।
ବିଛା: ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ଧର୍ମକାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଘର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ।
ଧନୁ: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଜୀବନସାଥୀର ସହଯୋଗ ପାଇବେ। ସାମାଜିକ ହିତ ଲାଗି କାମ କରିବେ। ଜମି କିଣିବାର ଯୋଗ ରହିଛି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ମକର: ଘର ଏବଂ ବାହାରେ ଆପଣଙ୍କର ପ୍ରଶଂସା ହେବ। କାମ ପାଇଁ ଅଫିସରେ ପୁରସ୍କାର ମିଳିପାରେ। ପ୍ରେମ ସମ୍ବନ୍ଧ ଅଧିକ ଶକ୍ତିଶାଳୀ ହେବ।
କୁମ୍ଭ: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଘରୋଇ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀ ସହିତ ଶ୍ରୀକ୍ଷେତ୍ର ଯିବାର ଯୋଜନା କରିବେ। ନୂଆ ପ୍ରକଳ୍ପ ସମ୍ପର୍କରେ ବନ୍ଧୁର ମତ ନେବା ଲାଭପ୍ରଦ ରହିବ।
ମୀନ: ପାରିବାରିକ କାମ ସଂପୂର୍ଣ୍ଣ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। କୌଣସି ସହପାଠୀ ବ୍ୟକ୍ତିଗତ କଥା କହିବେ। ଛାତ୍ର ମନର ସଂଶୟ ନେଇ ଶିକ୍ଷକଙ୍କ ସହିତ ଚର୍ଚ୍ଚା କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।