ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ସାହସିକ ପଦକ୍ଷେପ ନେବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାରରେ ଦାୟିତ୍ବ ବଢ଼ିବ। ରାଜନୀତିରେ ଲୋକଙ୍କ ସହ ତାଳମେଳ ରଖନ୍ତୁ।

ବୃଷ: କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍‌ ହୋଇପାରେ। ଧ୍ୟାନ ଲଗାଇ ନିଜର କାମ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ। ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ।‌

ମିଥୁନ: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ବ୍ୟବସାୟରେ ଉନ୍ନତି ହେବ। ଅଫିସରେ ନୂଆ କାମର ଦାୟିତ୍ବ ମିଳିପାରେ। ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରହିବ।

କର୍କଟ: ବ୍ୟବସାୟରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଦୂରତ୍ବ ସମାପ୍ତ ହେବ। ମହିଳାମାନେ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ।

ସିଂହ: ସକାରାତ୍ମକ ବିଚାର କ୍ୟାରିଅରକୁ ନୂଆ ଦିଶା ଦେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ବାଲ୍ୟବନ୍ଧୁ ସହ ସାକ୍ଷାତ୍‌ ହେବ। ବୁଲି ଯିବା ପାଇଁ ଯୋଜନା କରିବେ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ସକ୍ରିୟ ରହିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ଅନାବଶ୍ୟକ ଭ୍ରମଣ ବର୍ଜନ କରନ୍ତୁ। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ।

ତୁଳା: ବାପାମାଆଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଧନଲାଭର ଯୋଗ ରହିଛି। ସାମାଜିକ କାର୍ଯ୍ୟରେ ସମୟ ଦେବେ। କଳାକାରଙ୍କ ଲାଗି ସମୟ ଅନୁକୂଳ।

ବିଛା: କ୍ୟାରିଅର ଲାଗି ଦିନଟି ବହୁତ ଭଲ। ଚେଷ୍ଟାର ସକାରାତ୍ମକ ଫଳ ପାଇବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ପ୍ରେମୀଙ୍କ ଲାଗି ଭଲ ଦିନଟିଏ।

ଧନୁ: ସଫଳତାର ନୂଆ ଶିଖର ଛୁଇଁବେ। ବ୍ୟବସାୟରେ ବକେୟ‌ା ଅର୍ଥ ପାଇବେ। ଘରେ ସୁଖ ସମୃଦ୍ଧି ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ମକର: ସବୁ କିଛି ଆପଣଙ୍କ ମନ ମୁତାବକ ହୋଇନପାରେ। କୌଣସି ନିକଟ ସଂପର୍କୀୟ ଆପଣଙ୍କର ଲକ୍ଷ୍ୟଭ୍ରଷ୍ଟ କରିବେ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ଆସିବ।

କୁମ୍ଭ: ସମସ୍ତଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବ। ସାମାଜିକ ସଂଗଠନରେ ଥିବା ଲୋକଙ୍କର ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀ ସହ ସମ୍ବନ୍ଧ ଭଲ ହେବ।

ମୀନ: ଯେଉଁ କାମ ଆସିବ ସେଥିରୁ ଧନଲାଭ ହେବ। ଜୀବନସାଥୀ ଆପଣଙ୍କର ଇଚ୍ଛା ପୂରା କରିବେ। ଘର ମରାମତି ପାଇଁ ଦିନଟି ଶୁଭ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ।

ସମ୍ବନ୍ଧିତ ଖବର