ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ପାରିବାରିକ ମାମଲାରେ ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହୋଇପାରେ।

ବୃଷ: ବାପାଙ୍କ କହିବା ମାର୍ଗରେ ଚାଲନ୍ତୁ, ସଫଳତା ନିଶ୍ଚୟ ପାଇବେ। ବ୍ୟବସାୟରେ ଭଲ ସୁଯୋଗ ପାଇବେ। ସନ୍ଧ୍ୟା ସୁଦ୍ଧା କୌଣସି ସମାରୋହରେ ସାମିଲ ହୋଇପାରନ୍ତି।

ମିଥୁନ: କାମ ପାଇଁ ଅଧିକ ଯାଆସ କରିବେ। ଦୀର୍ଘ ଦିନରୁ ସ୍ଥଗିତ ଥିବା ସରକାରୀ କାମ ପୂରା ହୋଇଯିବ। ପରିବାର ସହ ମଧ୍ୟାହ୍ନ ଭୋଜନର ଆନନ୍ଦ ଉଠାଇବେ। ‌

କର୍କଟ: କିଛି ନୂଆ ଓ ସକାରାତ୍ମକ କାମ କରିବା ପାଇଁ ଚିନ୍ତା କରିବେ। କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ଦିନଟି ଭଲ। କୋର୍ଟରେ ଥିବା ମକଦ୍ଦମାର ସମାଧାନ ବାହାରିବ।

ସିଂହ: ଆହ୍ବାନକୁ ସହଜରେ ମୁକାବିଲା କରିପାରିବେ। ଜରୁରୀ କାମରେ ଭଉଣୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପଡ଼ୋଶୀଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ।

କନ୍ୟା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ।

ତୁଳା: ଅଫିସରେ କାମର ବୋଝ ଅଧିକ ରହିବ। ଧୀଶକ୍ତି ବଳରେ ସବୁ ପ୍ରକାର ସ୍ଥିତିକୁ ସମ୍ଭାଳି ନେବେ। ଛାତ୍ରଛାତ୍ରୀ ଏକାନ୍ତ ସ୍ଥାନରେ ଅଧ୍ୟୟନ କରନ୍ତୁ।

ବିଛା: ମାନସିକ ପ୍ରସନ୍ନତା ବଜାୟ ରହିବ। ପୁରୁଣା ମକଦ୍ଦମାରେ ଜୟଲାଭ କରିବେ। ଡାକ୍ତରୀ ଛାତ୍ରଙ୍କୁ ବରିଷ୍ଠ ଡାକ୍ତରଙ୍କ ସହ କାମ କରିବାର ଅବସର ମିଳିବ।

ଧନୁ: ସବୁ କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ। ଘରର ପରିବେଶ ଠିକ୍ ରହିବ। ସିମେଣ୍ଟ ବେପାରୀଙ୍କ ଲାଗି ଦିନଟି ଭଲ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ।

ମକର: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଆପଣଙ୍କ ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ। ପରିବାରରେ ଖୁସିର ବାତାବରଣ ରହିବ।

କୁମ୍ଭ: ଆପଣଙ୍କର ଶକ୍ତି ଭଲ କାମରେ ଲଗାଇ ପାରନ୍ତି। ବ୍ୟବସାୟରେ ଧନଲାଭ ହେବ। ବଡ଼ ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ମୀନ: ନିଜର ବଳ ଖଟାଇ ସପ୍ତାହର କାମ ପୂରା କରିଦେବେ। ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ଛାତ୍ରଙ୍କର ମନ ଉପନ୍ୟାସ ପଢ଼ିବାରେ ଲାଗିବ।

ସମ୍ବନ୍ଧିତ ଖବର